ନୂଆଦିଲ୍ଲୀ : ଏବେବି କମିନି ପୁଷ୍ପା-୨ର କ୍ରେଜ । ଗିରଫ ପରେ ମଧ୍ୟ ପଡିଲାନି ପ୍ରଭାବ । ବକ୍ସ ଅଫିସରେ କରୁଛି ଧମାଲ । ରିଲିଜିର ମାତ୍ର ଦୁଇ ସପ୍ତାହ ମଧ୍ୟରେ ଫିଲ୍ମଟି ୧୪୦୦ କୋଟିର ବ୍ୟବସାୟ କରିସାରିଲାଣି । ସିନେ ସମୀକ୍ଷକଙ୍କ ମତରେ ଅଲ୍ଲୁ ଅର୍ଜୁନଙ୍କ ଗିରଫଦାରୀ ପାଇଁ ଫିଲ୍ମର ଆୟ ଦ୍ବିଗୁଣିତ ହୋଇଯାଇଛି । ଗତ ଡିସେମ୍ବର ୪ରେ ଫିଲ୍ମ ପୁଷ୍ପାର ପ୍ରିମିୟର ବେଳେ ଦଳାଚକଟା ଘଟି ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିଲା । ଯାହାକୁ ନେଇ ଅଭିନେତା ଅଲ୍ଲୁ ଅର୍ଜୁନଙ୍କ ବିରୋଧରେ ମାମଲା ରୁଜୁ ହୋଇ ତାଙ୍କୁ ଡିସେମ୍ବର ୧୩ରେ ଗିରଫ କରାଯାଇଥିଲା ।ଗୋଟିଏ ଦିନ ଜେଲରେ ରହିବା ପରେ ଅଲ୍ଲୁଙ୍କୁ ବେଲ୍ ମିଳିଥିଲା । ତେବେ ଏହି ଗିରଫଦାରୀ ପରେ ତାଙ୍କ ଲୋକପ୍ରିୟତା ଆହୁରି ବଢିଯାଇଛି । ଫଳରେ ଏହାର ଫାଇଦା ଅଲ୍ଲୁଙ୍କ ଫିଲ୍ମକୁ ମିଳିଛି । ଫିଲ୍ମ ପୁଷ୍ପାକୁ ବକ୍ସ ଅଫିସରେ ମିଳୁଛି ଜବରଦସ୍ତ ସଫଳତା ।
Views: 43