The Ultimate Managed Hosting Platform
ADVERTISEMENT

ପ୍ରବଚନ ଦେଉଥିବା ବେଳେ ଚାଲିଗଲା ପ୍ରବଚକଙ୍କ ଜୀବନ

Facebook
Twitter
LinkedIn

ଭଦ୍ରକ : ମୃତ୍ୟୁ ଯେ କେତେବେଳେ ଆସିବ ତାହା କେହି ବି କହିପାରିବେ ନାହିଁ । କଥାରେ ଅଛି ତୋ ହରି ନାମ ମୋର ତୁଣ୍ଡରେ ଥାଉ..ଏତିକି ବେଳେ ମୋ ଜୀବନ ଯାଉ । ଯାହା ଏବେ ସତ ହୋଇଛି । ପ୍ରବଚନ ଦେଉଥିବା ବେଳେ ଚାଲିଗଲା ପ୍ରାଣ। ଅଧ୍ୟାପକ ତଥା ରାମଚରିତ ମାନସ ପ୍ରବଚକ ଗୋପାଳ ପ୍ରସାଦ ବେଜଙ୍କର ପ୍ରବଚନ ଦେବା ସମୟରେ ମୃତ୍ୟୁ ହୋଇଯାଇଛି। ଭଦ୍ରକ ଜିଲ୍ଲା ସାହାଡ଼ା ପଞ୍ଚାୟତରେ ଏପରି ଦୁଃଖଦ ଘଟଣା ଘଟିଛି। ରାମ ମନ୍ଦିରରେ ତିନି ଦିନ ପାଇଁ ଶ୍ରୀରାମ ଚରିତ ମାନସର ନବାହ୍ନ ପାରାୟଣ ଓ ପ୍ରବଚନ କାର୍ୟ୍ୟକ୍ରମର ଆୟୋଜିତ ହୋଇଥିଲା, ଯେଉଁଥିରେ ପ୍ରବଚକ ଭାବରେ ଯୋଗ ଦେଇଥିଲେ ବାସୁଦେବପୁର ବ୍ଲକ ଆଢୁଆଁ ଧାତାପୁରର ବିଶିଷ୍ଟ ପ୍ରବଚକ ତଥା ଅଧ୍ୟାପକ ଗୋପାଳ ପ୍ରସାଦ ବେଜ। ଏହି କାର୍ୟ୍ୟକ୍ରମର ଦ୍ବିତୀୟ ଦିବସରେ ପ୍ରବଚନ ଦେଉଥିବା ବେଳେ ହଠାତ୍ ସେ ଅସୁସ୍ଥ ହୋଇପଡ଼ିଥିଲେ। ପରେ ତାଙ୍କର ସହଯୋଗମାନେ ଘଟଣାସ୍ଥଳରୁ ତାଙ୍କୁ ଉଦ୍ଧାର କରି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ହେଲେ ସେଠାର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login