ସମ୍ବଲପୁର : ସମ୍ବଲପୁର ବିଶ୍ୱବିଦ୍ୟାଳୟର ପ୍ରଫେସର ବୁଲୁ ମହାରଣାଙ୍କ ଘରେ ସିବିଆଇ । ବୁର୍ଲା ଜ୍ୟୋତିବିହାର ସ୍ଥିତ ସରକାରୀ ବାସଭବନରେ ପହଁଚିଲା ସିବିଆଇ । ନାକ୍ ରେଟିଂରେ ଲାଞ୍ଚ ମାମଲାର ଖୋଳତାଡ ପାଇଁ ପହଁଚିଲା ସିବିଆଇ । ଘରୋଇ ବିଶ୍ୱବିଦ୍ୟାଳୟର ରେଟିଂ ପାଇଁ ଲାଞ୍ଚ ନେଇ ଗିରଫ ହୋଇଛନ୍ତି । ଏହି ଯାଞ୍ଚ ଟିମରେ ୫ ଜଣ ଅଧିକାରୀ ରହିଛନ୍ତି । ଗତ ୧ ତାରିଖରେ ସିବିଆଇ ଟିମ୍ ପହଞ୍ଚି ତାଙ୍କ ଘରକୁ ସିଲ୍ କରିଦେଇଥିଲେ । ଆନ୍ଧ୍ରପ୍ରଦେଶ ଗୁଣ୍ଟୁରର ଏକ ଶିକ୍ଷାନୁଷ୍ଠାନର ନାକ୍ ରେଟିଂ ବଢ଼ାଇବା ପାଇଁ ଲାଞ୍ଚ ନେଉଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାରେ ୧୦ଜଣଙ୍କୁ ଗିରଫ କରାଯାଇଥିଲା ।
Views: 34