ଭୁବନେଶ୍ୱର : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୫ ତନ ଜନ୍ମ ଦିନ । ଦେଶ ବିଦେଶରୁ ଛୁଟୁଛି ଶୁଭେଚ୍ଛାର ସୁଅ । ଦେଶର ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ ।
ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପାଟି କହିଛନ୍ତି, ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀ। ତାଙ୍କର ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ ଭାରତକୁ ପରିବର୍ତ୍ତନର ପଥ ଦେଇ ଗତି କରାଇଛି – ଗରିବଙ୍କୁ ସଶକ୍ତ କରିବା, ଭିତ୍ତିଭୂମିର ଆଧୁନିକୀକରଣ କରିବା ଏବଂ ବିଶ୍ୱ ସ୍ତରରେ ଭାରତର ପ୍ରତିଷ୍ଠାକୁ ବୃଦ୍ଧି କରିବା।
ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ତାଙ୍କର ଉତ୍ତମ ସ୍ୱାସ୍ଥ୍ୟ ଏବଂ ଦୀର୍ଘ ଜୀବନ ପାଇଁ ପ୍ରାର୍ଥନା କରୁଛି।

ଠିକ୍ ସେହିପରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା।
ଆପଣଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ ଭାରତକୁ ନୂତନ ଗତି ଏବଂ ଦିଗଦର୍ଶନ ଦେଇଛି। ଆପଣଙ୍କ ମାର୍ଗଦର୍ଶନରେ ଓଡ଼ିଶା ସମେତ ସାରା ଦେଶରେ ଐତିହାସିକ ବିକାଶ ସଫଳତା ସମ୍ଭବ ହୋଇପାରିଛି। ମୁଁ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି ଯେ ସେ ଆପଣଙ୍କୁ ଉତ୍କୃଷ୍ଟ ସ୍ୱାସ୍ଥ୍ୟ, ଦୀର୍ଘ ଜୀବନ ଏବଂ ନିରନ୍ତର ଶକ୍ତି ପ୍ରଦାନ କରନ୍ତୁ, ଯାହା ଦ୍ଵାରା ଆପଣ ଦେଶ ସେବାର ଏହି ମହାନ କାର୍ୟ୍ୟକୁ ଆଗକୁ ବଢ଼ାଇ ପାରିବେ।
ଅନ୍ୟପଟେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିନ ଅବସରରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ମୋଦୀଙ୍କ ଜନ୍ମଦିନ ଅବସରରେ ସେ ତାଙ୍କୁ ଫୋନ୍ କରିଥିଲେ । ରୁଷିଆ-ୟୁକ୍ରେନ ଯୁଦ୍ଧ ସମାପ୍ତ କରିବା ପାଇଁ ମୋଦୀଙ୍କ ଉଦ୍ୟମ ପାଇଁ ଟ୍ରମ୍ପ, ମୋଦୀଙ୍କୁ ଧନ୍ୟବାଦ ଦେଇଛନ୍ତି । ସେ ଏ ବିଷୟରେ ନିଜ ସୋସିଆଲ୍ ମିଡିଆ ପୋଷ୍ଟରେ ଉଲ୍ଲେଖ କରିଛନ୍ତି । ମୋଦୀ ମଧ୍ୟ ଏହି ପୋଷ୍ଟର ପ୍ରତ୍ୟୁତ୍ତୋର ଦେବା ସହ ଟ୍ରମ୍ପଙ୍କୁ ଧନ୍ୟବାଦ ଦେଇଛନ୍ତି ।