The Ultimate Managed Hosting Platform
ADVERTISEMENT

ପ୍ରଧାନ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ବିଆର ଗବାଇ

Facebook
Twitter
LinkedIn

ନୂଆଦିଲ୍ଲୀ : ପ୍ରଧାନ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ବିଆର ଗବାଇ । ଦେଶର ୫୨ ତମ ପ୍ରଧାନ ବିଚାରପତି ଭାବେ ଶପଥ ନେଲେ । ଜଷ୍ଟିସ ଗବାଇଙ୍କୁ ଶପଥ ପାଠ କରାଇଲେ ରାଷ୍ଟ୍ରପତି ଦ୍ରୈାପଦୀ ମୁର୍ମୁ । ନଭେମ୍ବର ୨୩ ତାରିଖ ଯାଏଁ ରହିବ କାର୍ଯ୍ୟକାଳ । ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ, ଉପରାଷ୍ଟ୍ରପତି, ସୁପ୍ରିମକୋର୍ଟର ବିଚାରପତିଙ୍କ ବ୍ୟତୀତ ଗବାଇଙ୍କ ମା’ ଏବଂ ପରିବାର ଲୋକ ସାମିଲ ଥିଲେ । ଆଜି ଜଷ୍ଟିସ୍ ଭୂଷଣ ରାମକୃଷ୍ଣ ଗଭାଇ ପ୍ରଧାନ ବିଚାରପତି ଭାବେ ଶପଥ ନେଇଛନ୍ତି । ଶପଥ ନେବା ପରେ ଗଭାଇ ମା’ଙ୍କ ପାଦ ଛୁଇଁଥିଲେ । ଜଷ୍ଟିସ୍ ବିଆର୍ ଗଭାଇଙ୍କ ଜନ୍ମ ୨୪ ନଭେମ୍ବର ୧୯୬୦ରେ ଅମରାବତୀରେ ହୋଇଥିଲା । ସେ ୧୬ ମାର୍ଚ୍ଚ ୧୯୮୫ରେ ବାରରେ ଯୋଗ ଦେଇଥିଲେ । ୧୪ ନଭେମ୍ବର ୨୦୦୩ରେ ବମ୍ବେ ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବେ ଆରମ୍ଭ କରିଥିଲେ ତାଙ୍କର ନ୍ୟାୟିକ କ୍ୟାରିୟର । ୧୨ ନଭେମ୍ବର ୨୦୦୫ରେ ସ୍ଥାୟୀ ବିଚାରପତି ହୋଇଥିଲେ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login