ବାଲେଶ୍ୱର : ପୋଲ ତଳକୁ ଓଲଟିଲା ବସ । ୨୦ରୁ ଉଦ୍ଧ୍ୱର୍ ଆହତ । ବାଲେଶ୍ୱର ନୁଣିଆଯୋଡି ପୋଲ ପାଖରେ ଦୁର୍ଘଟଣା । ଟ୍ରାକ୍ଟରକୁ ଧକ୍କା ଦେବା ପରେ ଓଲଟି ପଡିଲା ବସ । ବାଲିଆପାଳରୁ ବାଲେଶ୍ୱର ଅଭିମୁଖେ ଯାଉଥିଲା ବସ । ବସରେ ୪୦ରୁ ଉଦ୍ଧ୍ୱର୍ ଯାତ୍ରୀ ଥିଲେ । ୪୦ରୁ ଅଧିକ ଯାତ୍ରୀଙ୍କୁ ନେଇ ବସଟି ବାଲିଆପାଳରୁ ବାଲେଶ୍ବର ଅଭିମୁଖେ ଯାଉଥିବାବେଳେ ନୁଣିଆଯୋଡ଼ି ପୋଲ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଫଳରେ ପୋଲ କଡ଼ରେ ଥିବା ପାଣିରେ ବସଟି ପଡିଯାଇଥିଲା । ଦୁର୍ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କରିଛନ୍ତି।
Views: 23