ଗୋପ : କୋଣାର୍କ ନିକଟରେ ଥିବା ୧୩ଟି ଦୋକାନ ଜଳି ପୋଡି ପାଉଁଶ । ହସ୍ତିଶିଳ୍ପ ବିକ୍ରି କରୁଥିବା ଉଠା ଦୋକାନରେ ଲାଗିଲା ନିଆଁ । ଲକ୍ଷାଧ୍ଚଳ ଟଙ୍କାର ସାମଗ୍ରୀ ପୋଡି ନଷ୍ଟ । ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ସେତେବେଳକୁ ନିଆଁର ଆଁରେ ଜଲିପୋଡ଼ି ଛାରଖାର ହୋଇଯାଇଥିଲା ଲକ୍ଷ ଲକ୍ଷ ଟଙ୍କାର ଆସବାବପତ୍ର । ହଠାତ୍ ରବିବାର ରାତି ଗୋଟାଏରେ ଲାଗିଯାଇଥିଲା ନିଆଁ । ନିଆଁ ଲାଗିବା ପରେ ଅଗ୍ନିଶମ ବିଭାଗକୁ କିଛି ଦୋକାନୀ ଫୋନ କରିଥିଲେ ।ତେବେ ନିଆଁ କିପରି ଲାଗିଲା କାରଣ ଅସ୍ପଷ୍ଟ ରହିଛି।
Views: 20