ପୁରୀ : ପୁରୀରେ ପହଁଚିଲା ରଥଯାତ୍ରା । ଆସନ୍ତା ଜୁଲାଇ ୭ ତାରିଖରେ ମହାପ୍ରଭୁଙ୍କ ରଥଯାତ୍ରା। ଏଥିପାଇଁ ପ୍ରାକ୍ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ବୁଧବାର ପବିତ୍ର ଶ୍ରୀରାମ ନବମୀରେ ରଥକାଠ ଚିରଟ ଆରମ୍ଭ ହୋଇଥିବା ବେଳେ ଆସନ୍ତା ଅକ୍ଷୟ ତୃତୀୟାଠାରୁ ରଥ ନିର୍ମାଣ ଶୁଭାରମ୍ଭ ହେବ। ଶ୍ରୀମନ୍ଦିର ପ୍ରଶାସନ ମଧ୍ୟ ଆବଶ୍ୟକ ସାମଗ୍ରୀ ଯୋଗାଡ଼ କରିବାରେ ଲାଗିଛି। ତେବେ ଚଳିତବର୍ଷ ବହୁ ପୂର୍ବରୁ ପୁରୀରେ ପହଞ୍ଚିଛି ରଥ ଦଉଡ଼ି। ଗୁରୁବାର ବୀରପ୍ରତାପପୁରସ୍ଥିତ ରାଜ୍ୟ ସମବାୟ କତା ନିଗମରୁ ୨୬ଟି ଦଉଡ଼ି ଏକ ଗାଡ଼ିରେ ଆସି ପହଞ୍ଚିବା ପରେ ଶ୍ରୀମନ୍ଦିର କାର୍ୟ୍ୟାଳୟରେ ରଖାଯାଇଛି। ଶ୍ରୀମନ୍ଦିର ତତ୍ତ୍ୱାବଧାରକ ସୁଦର୍ଶନ ମେକାପ ଏହି ଦଉଡ଼ି ଗ୍ରହଣ କରିଛନ୍ତି।
Views: 45