ଭୁବନେଶ୍ୱର : ଏବେ କଟକ-ଭୁବନେଶ୍ବରକୁ ଟ୍ବିନ୍ ସିଟି କୁହାଯାଉଥିବାବେଳେ ରାଜ୍ୟ ସରକାର କଟକ-ଭୁବନେଶ୍ବର-ପୁରୀକୁ ନେଇ ଟ୍ରାଇ ସିଟି ଗଠନ କରିବାକୁ ଯାଉଛନ୍ତି। ତିନି ସହର ଏକ ପ୍ରକାରର ମିଶିଯିବ। ସରକାରଙ୍କର ସମସ୍ତ ଅତ୍ୟାଧୁନିକ ସେବା, ସୁବିଧା ଏହି ତିନି ସହରକୁ ଲକ୍ଷ୍ୟ କରି ଆରମ୍ଭ ହେବ। ଯେପରି ଟ୍ରାଫିକ ସମସ୍ୟା ଦେଖାଯିବନି ସେଥିପାଇଁ ଅଧିକ ଓଭରବ୍ରିଜ୍ ଓ ରିଂ ରୋଡ୍ ନିର୍ମାଣ କରାଯିବ ବୋଲି ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି।ଆଜି ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ମହାପାତ୍ର କହିଛନ୍ତି ଯେ ରାଜ୍ୟର ବିଭିନ୍ନ ସହର ଯେପରି ଯୋଜନାବଦ୍ଧ ଭାବେ ବଢ଼ିବ ସେଥିପାଇଁ ବିଭିନ୍ନ ସହରରେ ଟାଉନ୍ ପ୍ଲାନିଂ ସ୍କିମ୍ ଆରମ୍ଭ ହେବ। ଏହି ଟିପି ସ୍କିମ୍ ପାଇଁ ସ୍ବତନ୍ତ୍ର ବିଭାଗ କରି ଦାୟିତ୍ବ ଦିଆଯିବ।
Views: 62











