ନୂଆଦିଲ୍ଲୀ : ବେକାବୁ କାର୍ଲିଫର୍ଣ୍ଣିଆ ଜଙ୍ଗଲ ନିଆଁ । ମୃତ୍ୟୁ ସଂଖ୍ୟା ୨୪ ଛୁଇଁଲାଣି , ଅନେକ ନିଖୋଜ । ଲସ ଏଞ୍ଜେଲସରେ ଲାଗିଥିବା ନିଆଁ ବ୍ୟାପୁଥିବାରୁ ଭୟଙ୍କର ସ୍ଥିତି ଉପୁଜିଛି । ଥମିବା ବଦଳରେ ନୂଆ ଅଞ୍ଚଳକୁ ଗ୍ରାସୁଛି ଜଙ୍ଗଲ ନିଆଁ । ୧୨ ହଜାରରୁ ଅଧିକ ଘର ଜଳି ଗଲାଣି । ଏଠାରେ ପ୍ରାୟ ୧୦୦୦ ଏକର ଯାଏଁ ନିଆଁ ବ୍ୟାପିଛି, ଯେଉଁଥିରେ ହଜାର ହଜାର ଘର ଜଳି ପୋଡି ପାଉଁଶ ହୋଇଯାଇଛି । ନିଆଁ ଯୋଗୁଁ ୩୩୫ ସ୍କୁଲ ବନ୍ଦ କରିଦିଆଯାଇଛି । ସରକାରୀ ଏଜେନ୍ସୀ ନିଆଁକୁ ଆୟତ୍ତ କରିବା ପାଇଁ ବିସ୍ଥାପିତଙ୍କୁ ସାହାଯ୍ୟ କରୁଛି । ବହୁ ବନ୍ୟଜନ୍ତୁ ଜଙ୍ଗଲ ନିଆଁରେ ଜଳି ଗଲେଣି । ପ୍ରାୟ ୨ଲକ୍ଷ ଲୋକ ଘରଦ୍ବାର ଛାଡ଼ି ପଳାଇଛନ୍ତି । ଅନେକ ହଲିଉଡ୍ ତାରକା ଘର ଛାଡ଼ିଛନ୍ତି। ତେବେ ଜଙ୍ଗଲ ନିଆଁକୁ ଇନ୍ଧନ ଦେଉଛି ସାଉଥ ଅନ୍ ୱିଣ୍ଡ । ଏହି ପବନ ନିଆଁକୁ ବ୍ୟାପିବାରେ ସହାୟତା କରୁଛି । ଦକ୍ଷିଣ ଲସ୍ ଏଞ୍ଜେଲସ୍ ର ଶୁଷ୍କ ଅଞ୍ଚଳରୁ ଆସୁଥିବା ଏହି ପବନ ନିଆଁକୁ ଅଧିକ ଭୟଙ୍କର କରିଛି । ନିଆଁକୁ ଆୟତ୍ତ କରିବା ପାଇଁ ଯଥେଷ୍ଟ ପାଣି ନାହିଁ । ଆକାଶ ମାର୍ଗରୁ ହେଲିକପ୍ଟର ଯୋଗେ ପାଣି ବର୍ଷା କରାଯାଉଛି । ନିଆଁ ଲିଭାଇବା ପାଇଁ ସରକାର ଲାଗି ପଡିଛନ୍ତି । ତଥାପି ନିଆଁ ଆୟତ୍ତ ହେଉନାହିଁ। ନିଆଁକୁ ନିୟନ୍ତ୍ରଣ କରିବା ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ପାଲଟିଛି ।
Los angeles fire : ନୂଆ ଅଞ୍ଚଳକୁ ବ୍ୟାପୁଛି କାଲିଫର୍ଣ୍ଣିଆ ଜଙ୍ଗଲ ନିଆଁ , ଜଳିଗଲାଣି ୧୨ ହଜାରରୁ ଅଧିକ ଘର
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











