ମୁମ୍ବାଇ : ପୁଣି ହାତକୁ ଦି ହାତ ହେଲେ ଅରବାଜ ଖାନ । ବଲିଉଡ଼ର ପ୍ରଯୋଜକ ତଥା ଅଭିନେତା ଅରବାଜ ଖାନ ୫୬ ବର୍ଷ ବୟସରେ ମେକଅପ୍ ଆର୍ଟିଷ୍ଟ ଶୁରା ଖାନ ଶେଷରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଗତକକାଲି ରବିବାର ଏହି ବିବାହ ସମ୍ପନ୍ନ ହୋଇଥିଲା । ଅନେକ ଦିନ ହେବ ଉଭୟଙ୍କ ମଧ୍ୟରେ ଡେଟିଂ ଚାଲିଥିଲା। ବଲିଉଡ଼ର ପ୍ରଯୋଜକ ଅଭିନେତା ଅରବାଜ ଖାନ ଏବଂ ଅଭିନେତ୍ରୀ ମଲାଇକା ଅରୋଡାଙ୍କ ଛାଡପତ୍ର ପରେ ନାହିଁ ନଥିବା ମିଡିଆରେ ଚର୍ଚ୍ଚା ହୋଇଥିଲା। ଏପରିକି ଏହାର କାରଣ ମଲାଇକାଙ୍କ ଅଭିନେତା ଅର୍ଜୁନ୍ କପୁରଙ୍କ ସହ ସଂପର୍କ ବୋଲି ମଧ୍ୟ କୁହାଯାଇଥିଲା। ତେବେ ସେ ଯାହାବି ହେଉ ନିଜ ପୂର୍ବ ସମ୍ପର୍କକୁ ଭୁଲି ଶୁରା ଖାନଙ୍କୁ ନିଜର ପତ୍ନୀ ଭାବେ ଗ୍ରହଣ କରିଛନ୍ତି ଅରବାଜ ଖାନ । ଅରବାଜ ତାଙ୍କର ନୂଆ ଫିଲ୍ମ ‘ପଟନା ଶୁକ୍ଳା’ର ସୁଟିଂ ସମୟରେ ଶୁରାଙ୍କୁ ପ୍ରଥମ ଥର ଭେଟିଥିଲେ। ଏହା ପରେ ଉଭୟଙ୍କ ଭିତରେ ସମ୍ପର୍କ ଆଗକୁ ବଢିଥିଲା ଏବଂ ଉଭୟ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ତେବେ ଅରବାଜଙ୍କ ଭଉଣୀ ଅର୍ପିତା ଖାନ ଶର୍ମାଙ୍କ ଘରେ ଏହି ଦମ୍ପତି ନିରାଡ଼ମ୍ବର ଭାବରେ ବିବାହ କରିଥିବା ଜଣାପଡିଛି ।
ପୁଣି ହାତକୁ ଦି ହାତ ହେଲେ ଅରବାଜ, ମେକ ଅପ ଆର୍ଟିଷ୍ଟଙ୍କୁ କଲେ ବିବାହ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











