ମୁମ୍ବାଇ : ପୁଣି ହାତକୁ ଦି ହାତ ହେଲେ ଅରବାଜ ଖାନ । ବଲିଉଡ଼ର ପ୍ରଯୋଜକ ତଥା ଅଭିନେତା ଅରବାଜ ଖାନ ୫୬ ବର୍ଷ ବୟସରେ ମେକଅପ୍ ଆର୍ଟିଷ୍ଟ ଶୁରା ଖାନ ଶେଷରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଗତକକାଲି ରବିବାର ଏହି ବିବାହ ସମ୍ପନ୍ନ ହୋଇଥିଲା । ଅନେକ ଦିନ ହେବ ଉଭୟଙ୍କ ମଧ୍ୟରେ ଡେଟିଂ ଚାଲିଥିଲା। ବଲିଉଡ଼ର ପ୍ରଯୋଜକ ଅଭିନେତା ଅରବାଜ ଖାନ ଏବଂ ଅଭିନେତ୍ରୀ ମଲାଇକା ଅରୋଡାଙ୍କ ଛାଡପତ୍ର ପରେ ନାହିଁ ନଥିବା ମିଡିଆରେ ଚର୍ଚ୍ଚା ହୋଇଥିଲା। ଏପରିକି ଏହାର କାରଣ ମଲାଇକାଙ୍କ ଅଭିନେତା ଅର୍ଜୁନ୍ କପୁରଙ୍କ ସହ ସଂପର୍କ ବୋଲି ମଧ୍ୟ କୁହାଯାଇଥିଲା। ତେବେ ସେ ଯାହାବି ହେଉ ନିଜ ପୂର୍ବ ସମ୍ପର୍କକୁ ଭୁଲି ଶୁରା ଖାନଙ୍କୁ ନିଜର ପତ୍ନୀ ଭାବେ ଗ୍ରହଣ କରିଛନ୍ତି ଅରବାଜ ଖାନ । ଅରବାଜ ତାଙ୍କର ନୂଆ ଫିଲ୍ମ ‘ପଟନା ଶୁକ୍ଳା’ର ସୁଟିଂ ସମୟରେ ଶୁରାଙ୍କୁ ପ୍ରଥମ ଥର ଭେଟିଥିଲେ। ଏହା ପରେ ଉଭୟଙ୍କ ଭିତରେ ସମ୍ପର୍କ ଆଗକୁ ବଢିଥିଲା ଏବଂ ଉଭୟ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ତେବେ ଅରବାଜଙ୍କ ଭଉଣୀ ଅର୍ପିତା ଖାନ ଶର୍ମାଙ୍କ ଘରେ ଏହି ଦମ୍ପତି ନିରାଡ଼ମ୍ବର ଭାବରେ ବିବାହ କରିଥିବା ଜଣାପଡିଛି ।
ପୁଣି ହାତକୁ ଦି ହାତ ହେଲେ ଅରବାଜ, ମେକ ଅପ ଆର୍ଟିଷ୍ଟଙ୍କୁ କଲେ ବିବାହ

Facebook
Twitter
LinkedIn
Facebook
Twitter
LinkedIn
Recent News
ଆମ୍ବ ପାଇଁ ସ୍ୱାମୀ ସହ ଝଗଡା କରି ଜୀବନ ହାରିଲେ ସ୍ତ୍ରୀ
ବିହାର : ଆମ୍ବ ପାଇଁ ସ୍ୱାମୀ ସହ ଝଗଡା କରି ଜୀବନ ହାରିଲେ ସ୍ତ୍ରୀ । ବିହାର ସିବାନ ଜିଲ୍ଲାରେ ଘଟିଛି ଏହି ଘଟଣା । ଭଗବାନପୁର...
ରୋହିଙ୍ଗ୍ୟା ସନେ୍ଦହରେ ପ୍ରାୟ ୪୪୦ ଅଟକ
ଝାରସୁଗୁଡା : ଝାରସୁଗୁଡ଼ାରେ ରୋହିଙ୍ଗ୍ୟା । ରୋହିଙ୍ଗ୍ୟା ସନ୍ଦେହରେ ପ୍ରାୟ ୪୪୦ ଜଣ ଅଟକ। ଝାରସୁଗୁଡାର ବ୍ଲାକ ଡାଇମଣ୍ଡ ସ୍କୁଲ ଓ ଏକ କଲ୍ୟାଣ ମଣ୍ଡପରେ ଅଟକମାନଙ୍କୁ...
ଆସନ୍ତାକାଲି ଭାରତ ବନ୍ଦ, ମିଳିତ ମଞ୍ଚର ଧର୍ମଘଟ ଡାକରା
ନୂଆଦିଲ୍ଲୀ : ଆସନ୍ତାକାଲି ଭାରତ ବନ୍ଦ । ୨୫ କୋଟିରୁ ଅଧିକ ଶ୍ରମିକ, ଯେଉଁମାନେ ବ୍ୟାଙ୍କିଙ୍ଗ, ଡାକ ସେବା, ଖଣି, ନିର୍ମାଣ ଓ ପରିବହନ ଭଳି ସରକାରୀ...
ଆସାମରେ ଭୂକମ୍ପର ଝଟକା
ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...