ଭୁବନେଶ୍ୱର : ପୂର୍ବ ନିର୍ଦ୍ଦେଶ ପ୍ରତ୍ୟାହାର କଲେ ରାଜ୍ୟ ସରକାର । HDFC, ICICI ଓ Axis ବ୍ୟାଙ୍କକୁ ମିଳିଲା ରାଜ୍ୟ ସରକାରଙ୍କ ଆର୍ଥିକ କାରବାର ଅନୁମତି । ଉଠିଲା ପ୍ରତିବନ୍ଧକ । ସରକାରଙ୍କ ତାଲିକାଭୁକ୍ତ ହେଲା HDFC, ICICI ଓ Axis ବ୍ୟାଙ୍କ। ସରକାରଙ୍କ ପ୍ରମୁଖ ଯୋଜନାଗୁଡ଼ିକରେ ଖରାପ ପ୍ରଦର୍ଶନ ଏବଂ ସାଧାରଶ ବ୍ୟାଙ୍କିଂ ମାନଦଣ୍ଡ ପୂରଣ କରୁନଥିବା ଦର୍ଶାଇ ରାଜ୍ୟ ସରକାରଙ୍କ ବ୍ୟାଙ୍କ ତାଲିକାରୁ ଜୁନ ୨୧ରେ ଏହି ତିନିଟି ବ୍ୟାଙ୍କକୁ କାଢ଼ି ଦେଇଥିଲା ଅର୍ଥ ବିଭାଗ ।ଏହି ତିନି ବ୍ୟାଙ୍କର ବରିଷ୍ଠ ଅଧିକାରୀମାନେ ଜୁଲାଇ ୧ରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଭବିଷ୍ୟତରେ ଉନ୍ନତ ପ୍ରଦର୍ଶନ ସୁନିଶ୍ଚିତ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ।
Views: 14