ନୂଆଦିଲ୍ଲୀ : ଆମେରିକାରେ ବନ୍ୟାର ତାଣ୍ଡବ। ପାଣିର ପ୍ରଳୟ ପାଇଁ ଆମେରିକାରେ ହାହାକାର । ଭୀଷଣ ବନ୍ୟାରେ ଏଯାଏଁ ୪୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ନିଖୋଜ ଅଛନ୍ତି । ମୃତକଙ୍କ ମଧ୍ୟରେ ଅନେକ ଛୋଟ ପିଲା ଅଛନ୍ତି । ମାସକର ବର୍ଷା କିଛି ମାତ୍ର ଘଣ୍ଟାରେ ହୋଇଛି । ଫଳରେ ଏଠାରେ ଭୟଙ୍କର ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ଗ୍ବାଡାଲୁପ୍ ନଦୀରେ ବନ୍ୟାଜଳ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ମାତ୍ର ୯୦ ମିନିଟରେ ଏହି ନଦୀର ଜଳ ୨୦- ଫୁଟ ଯାଏଁ ବୃଦ୍ଧି ହୋଇଗଲା । ଟେକ୍ସାସ ବନ୍ୟା ଯୋଗୁଁ ଏକ ସମର କ୍ୟାମ୍ପରୁ ଅନେକ ପିଲା ନିଖୋଜ ହୋଇଯାଇଛନ୍ତି । କେର୍ଭିଲ୍ କାଉଣ୍ଟିରେ ରାତିସାରା ୧୦ ଇଞ୍ଚରୁ ଅଧିକ ବର୍ଷା ହୋଇଥିଲା, ଯାହା ଫଳରେ ନଦୀର ଜଳସ୍ତର ହଠାତ୍ ବଢ଼ି ଯାଇଥିଲା । ଜାତୀୟ ପାଣିପାଗ ସେବା ଅନୁଯାୟୀ, ହଣ୍ଟ ନିକଟରେ ଗୁଆଡାଲୁପ୍ ନଦୀର ଜଳସ୍ତର ମାତ୍ର ୨ ଘଣ୍ଟା ମଧ୍ୟରେ ୨୨ ଫୁଟ ବୃଦ୍ଧି ପାଇଥିଲା । ଏଥି ସହ ଗଛ ଉପରୁ କିଛି ଲୋକଙ୍କୁ ଉଦ୍ଧାର କରାଯାଇଛି । ଡଙ୍ଗା ଏବଂ ହେଲିକପ୍ଟର ସାହାଯ୍ୟରେ ଉଦ୍ଧାର କାର୍ୟ୍ୟ ଜାରି ରହିଛି । ଟେକ୍ସାସର କେର କାଉଣ୍ଟିରେ ପ୍ରବଳ ବନ୍ୟା ପରେ ୮୦୦ ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଛି ।
ଆମେରିକାରେ ବନ୍ୟାର ତାଣ୍ଡବ, ୪୩ ଜଣଙ୍କର ଗଲାଣି ଜୀବନ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











