ନୂଆଦିଲ୍ଲୀ : ମଧ୍ୟପ୍ରଦେଶ ରେୱା ଜିଲ୍ଲାରେ ବୋରୱେଲ ଅଘଟଣ । ୪୦ ଫୁଟ ବୋରୱେଲରେ ଗଳିପଡିଲା ୬ ବର୍ଷର ଶିଶୁ । ଶିଶୁଟି ଖେଳୁଥିବା ସମୟରେ ବୋରଓ୍ବେଲକୁ ଖସି ପଡିଥିଲା । ସୂଚନା ଅନୁୟାୟୀ, ଗତକାଲି ଅପରାହ୍ନ ୩ଟାରେ ଏହି ଘଟଣା ଘଟିଛି। ରେଓ୍ବା ଜିଲ୍ଲାପାଳଙ୍କ କହିବା ଅନୁଯାୟୀ ଶିଶୁଟି ୪୦ ଫୁଟ ଗଭୀରରେ ଅଟକି ରହିଛି। ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ୟ୍ୟ ଜାରି ରଖିଛନ୍ତି। ଏସଟିଆରଏଫ ଟିମ ଉଦ୍ଧାର କାର୍ୟ୍ୟ କରୁଥିବା ଥିବା ବେଳେ ବାରାଣାସୀରୁ ଏନଡିଆରଏଫ ଟିମକୁ ଡକାଯାଇଛି। ଅଧିକାରୀମାନେ ପାଇପ ସାହାର୍ୟ୍ୟରେ ଅମ୍ଳଜାନ ଯୋଗାଉଛନ୍ତି। ଏଥି ସହ ସିସିଟିଭି ମାଧ୍ୟମରେ ଶିଶୁଟି ଉପରେ ନଜର ରଖାଯାଇଛି।
Views: 88











