ଭୁବନେଶ୍ୱର : ଆଜି ଆସିପାରେ ବିଜେପିର ୨ୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା । ୨୫ ଜଣିଆ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା ହୋଇପାରେ । ୨୦ ତାରିଖ ସୁଦ୍ଧା ସମସ୍ତ ୧୪୭ଟି ଆସନରେ ଘୋଷଣା ହେବ ପ୍ରାର୍ଥୀ । ଏ ନେଇ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ ତୋମାର । ୨୦୨୪ ସାଧାରଣ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ ହେବ ବୋଲି ସେ କହିଛନ୍ତି । ଦେଶରେ ଏଥର ମୋଦି ସରକାର ୪୦୦ ପାର କରିବ । ଓଡିଶାରେ ଡବଲ ଇଞ୍ଜିନ ସରକାର ପାଇଁ ସେ ଦଳୀୟ ନେତାଙ୍କୁ ଆହ୍ୱାନ ଦେଇଛନ୍ତି ।
Views: 86











