ନୂଆଦିଲ୍ଲୀ : ବାଂଲାଦେଶର ବହିଷ୍କୃତ ପ୍ରଧାନମନ୍ତ୍ରୀ ଶେଖ ହସିନା ପ୍ରଧାନମନ୍ତ୍ରୀ ଭାବରେ ତାଙ୍କ ଦେଶକୁ ଫେରିବାକୁ ଯାଉଛନ୍ତି। ଏନେଇ ତାଙ୍କର ଘନିଷ୍ଠ ସହଯୋଗୀ ଏବଂ ଯୁକ୍ତରାଷ୍ଟ୍ର ଆୱାମୀ ଲିଗର ଉପାଧ୍ୟକ୍ଷ ରାବି ଆଲାମ ଦାବି କରିଛନ୍ତି। ଏକ ସାକ୍ଷାତକାରରେ ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସଙ୍କୁ ମଧ୍ୟ ସେ କହିଛନ୍ତି ଯେ ‘ହାସିନା ଯେଉଁଠାରୁ ଆସିଥିଲେ ସେଠାକୁ ଫେରିଯିବେ’ । ଶେଖ ହାସିନାଙ୍କ ଘନିଷ୍ଠ ସହଯୋଗୀ ରାବି ଆଲାମ ଅନ୍ତର୍ଜାତୀୟ ସମ୍ପ୍ରଦାୟକୁ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରି କହିଛନ୍ତି ଯେ, ବାଲାଂଦେଶ ଉପରେ ଆକ୍ରମଣ ହେଉଛି। ଅନ୍ତର୍ଜାତୀୟ ସମୁଦାୟକୁ ଏଥିପ୍ରତି ଧ୍ୟାନ ଦେବା ଆବଶ୍ୟକ। ରାଜନୈତିକ ବିଦ୍ରୋହ ଠିକ ଅଛି, କିନ୍ତୁ ବାଂଲାଦେଶରେ ଏହା ହେଉନାହିଁ। ଏହା ଏକ ଆତଙ୍କବାଦୀ ବିଦ୍ରୋହ ବୋଲି ସେ କହିଛନ୍ତି।
Views: 23