The Ultimate Managed Hosting Platform
ADVERTISEMENT

ପୁଣି ବଡ ଏନକାଉଣ୍ଟର ; ୭ ମାଓବାଦୀ ନିହତ

Facebook
Twitter
LinkedIn

ଆନ୍ଧ୍ର : ଆନ୍ଧ୍ରରେ ପୁଣି ବଡ ଧରଣର ଏନକାଉଣ୍ଟର । ୭ ମାଓବାଦୀ ନିହତ । ଆଲୁରି ସୀତାରାମରାଜୁ ଜିଲ୍ଲା ମାରେଡମଲ୍ଲୀ ଜଙ୍ଗଲରେ ଏନକାଉଣ୍ଟର । ଏନକାଉଣ୍ଟରରେ ନିହତ ୭ ମାଓବାଦୀଙ୍କ ମଧ୍ୟରେ ୩ ଜଣ ମହିଳା ଅଛନ୍ତି । କାଲି ମଧ୍ୟ ଏହି ସମାନ ସ୍ଥାନରେ ଏନକାଉଣ୍ଟର ହୋଇଥିଲା ।
ଘଟଣାସ୍ଥଳରୁ ଦୁଇଟି AK୪୭ ବନ୍ଧୁକ ସମେତ ଆଠଟି ବନ୍ଧୁକ ଏବଂ ବିପୁଳ ପରିମାଣର ମାଓ ବିସ୍ପୋରକ ସାମଗ୍ରୀ ଜବତ କରିଛନ୍ତି ସୁରକ୍ଷାକର୍ମୀ । ଗତକାଲି ଟପ ମାଓବାଦୀ ହିଡ଼ମା ସମେତ ୬ ମାଓବାଦୀ ନିହତ ହୋଇଥିଲେ । ଏବେବି ଗ୍ରେ ହାଉଣ୍ଡ ଯବାନଙ୍କ ସର୍ଚ୍ଚ ଅପରେସନ ଜାରି ରହିଛି । ଛତିଶଗଡ଼ ଅଭିଯାନ ପରେ ମାଓବାଦୀମାନେ ଆନ୍ଧ୍ରମୁହାଁ ହୋଇଛନ୍ତି । ସେହିପରି ୫୦ ସିପିଆଇ ମାଓବାଦୀଙ୍କୁ ଗିରଫ କଲେ ସୁରକ୍ଷାକର୍ମୀ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ଆଜି ବିଶ୍ୱ ଏଡସ ଦିବସ, ଅକ୍ଟୋବର ସୁଦ୍ଧା ୨୪୬୨ HIV ପଜିଟିଭ

ଆଜି ବିଶ୍ୱ ଏଡସ ଦିବସ, ଅକ୍ଟୋବର ସୁଦ୍ଧା ୨୪୬୨ HIV ପଜିଟିଭ

ଭୁବନେଶ୍ୱର : ବିଶ୍ୱ ଏଡସ ଦିବସରେ କ୍ୟାପିଟାଲ ହସ୍ପିଟାଲ ପରିସରରେ ସଚେତନତା ରାଲି ।ପତାକା ଦେଖାଇ ଉଦଘାଟନ କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ରାଜ୍ୟରେ...

Login