ନୂଆଦିଲ୍ଲୀ : ପୁଣି ଏଲଓସିରେ ପାକିସ୍ତାନର ଅସ୍ତ୍ର ବିରତି ଉଲ୍ଲଘଂନ । ପାକିସ୍ତାନ ପକ୍ଷରୁ ଏକାଧିକ ସେକ୍ଟରରେ ଗୁଳିମାଡ । ସାରା ରାତି ଏଲଓସିର ବିଭିନ୍ନ ସ୍ଥାନରେ ଗୁଳିମାଡ । ଭାରତୀୟ ସେନା ଦେଲା ମୁହଁତୋଡ ଜବାବ । ଏଯାବତ କୈାଣସି କ୍ଷୟକ୍ଷତିର ସୂଚନା ନାହିଁ । ସେନା ଏ ନେଇ କହିଛି ଯେ, ଗତ ରାତିରେ ପାକିସ୍ତାନୀ ସେନା ଗୁଳି ମାଡ଼ କରିଥିଲା । ଭାରତୀୟ ସେନା ଏହାର କଡ଼ା ଜବାବ ଦେଇଥିଲା । ଏହି ଗୁଳି ବିନିମୟ ନେଇ କ୍ଷୟକ୍ଷତିର କୌଣସି ସୂଚନା ନାହିଁ । ଏହି ଆକ୍ରମଣକୁ ଦୃଷ୍ଟିରେ ରଖି ସେନା ମୁଖ୍ୟ ବରିଷ୍ଠ କମାଣ୍ଡରଙ୍କ ସମେତ ବୈଠକ କରାଯାଇଛି । ଏହା ପରେ ସୁରକ୍ଷା ବ୍ୟବସ୍ଥା ନେଇ କଡ଼ା ଯାଞ୍ଚ ହୋଇଛି । ପହଲଗାମ ଆକ୍ରମଣ ପରେ ସିନ୍ଧୁ ଜଳ ଚୁକ୍ତି ବାତିଲ ହୋଇଛି । ଓ୍ବାଘା ଅଟାରୀ ବର୍ଡରକୁ ମଧ୍ୟ ବନ୍ଦ କରିଦିଆଯାଇଛି । ଭାରତରେ ରହୁଥିବା ପାକିସ୍ତାନ ନାଗରିକଙ୍କୁ ଶୀଘ୍ର ଫେରିଯିବାକୁ କୁହାଯାଇଛି ।
Views: 30