The Ultimate Managed Hosting Platform
ADVERTISEMENT

ପୁଟିନଙ୍କୁ ଟ୍ରମ୍ପଙ୍କ ଧମକ, ଶାନ୍ତି ବାର୍ତ୍ତାରେ ବାଧା ସୃଷ୍ଟି କଲେ ଭୟଙ୍କର ପରିଣାମ ହେବ କହିଲେ ଟ୍ରମ୍ପ

Facebook
Twitter
LinkedIn

ନୂଆଦିଲ୍ଲୀ : ରୁଷିଆ ରାଷ୍ଟ୍ରପତି ଭ୍ଲାଦମିର ପୁଟିନଙ୍କୁ ଡୋନାଲ୍ଡ ଟ୍ରମ୍ପଙ୍କ ଧମକ । କାଲି ଆଲାସ୍କାରେ ହେବାକୁ ଥିବା ବୈଠକ ପୂର୍ବରୁ ଟ୍ରମ୍ପଙ୍କ ଧମକ । ଶାନ୍ତି ବାର୍ତ୍ତାରେ ବାଧା ସୃଷ୍ଟି କଲେ ଭୟଙ୍କର ପରିଣାମ ହେବ କହିଲେ ଟ୍ରମ୍ପ । ଯୁଦ୍ଧ ବନ୍ଦ କର, ନଚେତ ପରିଣାମ ଭୋଗିବାକୁ ପ୍ରସ୍ତୁତ ରୁହ ବୋଲି କହିଛନ୍ତି ଟ୍ରମ୍ପ । କାଲି କିଛି ନିଷ୍ପତ୍ତି ନ ନିଆଗରେ ମସ୍କୋ ବିରୋଧରେ କଡା ପଦକ୍ଷେପ ନିଆଯିବ । ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ସମୟରେ ଟ୍ରମ୍ପ କହିଛନ୍ତି ଯେ ଯଦି ଆଲାସ୍କାରେ ହେବାକୁ ଥିବା ବୈଠକରୁ କୌଣସି ଠୋସ୍ ଫଳାଫଳ ନ ମିଳେ , ତେବେ ମସ୍କୋ ବିରୁଦ୍ଧରେ କଠୋର ପଦକ୍ଷେପ ନିଆଯିବ । ହୁଏତ ଆର୍ଥିକ କଟକଣା ଲାଗୁ ହୋଇପାରେ । ହେଲେ, ଟ୍ରମ୍ପ ସ୍ପଷ୍ଟ କରିନଥିଲେ ଯେ କି ପ୍ରକାରର ଆର୍ଥିକ ପ୍ରତିବନ୍ଧକ ଲଗାଯିବ କିମ୍ବା କେବେ ଲଗାଯିବ ।
ଏଥି ସହ ଜାଣିରଖନ୍ତୁ ଯେ, ଆମେରିକା ରାଷ୍ଟ୍ରପତି କହିଛନ୍ତି ଯେ ଆଲାସ୍କାରେ ହେବାକୁ ଥିବା ବୈଠକ ଦ୍ୱିତୀୟ ବୈଠକ ଆଡ଼କୁ ଏକ ପଦକ୍ଷେପ ହେବ, ଯେଉଁଥିରେ ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସକି ମଧ୍ୟ ସାମିଲ ହେବେ । ଯଦି ପ୍ରଥମ ବୈଠକ ସକାରାତ୍ମକ ହୁଏ, ତେବେ ଆମେ ତୁରନ୍ତ ଦ୍ୱିତୀୟ ବୈଠକ କରିବୁ । ମୁଁ ଏହା ତୁରନ୍ତ କରିବାକୁ ଚାହୁଁଛି । ଯଦି ସେ ଚାହାଁନ୍ତି, ତେବେ ମୁଁ ସେମାନଙ୍କ ମଧ୍ୟରେ ବୈଠକରେ ଯୋଗଦେବି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login