The Ultimate Managed Hosting Platform
ADVERTISEMENT

ସାପ କାମୁଡାରେ ମାଆ, ପୁଅଙ୍କ ଚାଲିଗଲା ଜୀବନ

Facebook
Twitter
LinkedIn

ଆନନ୍ଦପୁର ; ବିଷାକ୍ତ ସାପ କାମୁଡାରେ ମାଆ, ପୁଅଙ୍କ ଚାଲିଗଲା ଜୀବନ । ଘଷିପୁରା ବ୍ଲକ ରାଧିକାଦେଇପୁର ଗାଁରେ ଅଭାବନୀୟ ଘଟଣା । ରାତିରେ ଘରେ ଶୋଇଥିବା ବେଳେ କାମୁଡିଥିଲା ସାପ । ମୃତ ପୁଅର ବୟସ ୮ରୁ ୧୦ ବର୍ଷ ହୋଇଥିବା ସୂଚନା ।
ସୂଚନା ଅନୁଯାୟୀ , ରାତିରେ ଜେମାମଣି ଓ ପୁଅ ଖାଇସାରି ଶୋଇଥିଲେ । ଶୋଇବା ପରେ ଘର ଭିତରକୁ ପଶି ଆସିଥିଲା ବିଷାକ୍ତ ସାପ । ଆଉ ସାପ କାମୁଡିବା ପରେ ରାତି ୧ଟା ସମୟରେ ଉଭୟ ହଠାତ୍ ଗୁରୁତର ହୋଇପଡିବାରୁ ସ୍ବାମୀ ସୁନିଲ ଉଭୟଙ୍କୁ ନିକଟସ୍ଥ କେଶଦୂରପାଳ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଅବସ୍ଥା ସଂକଟାପନ୍ନ ହେବାରୁ ଉଭୟଙ୍କୁ ଡାକ୍ତର ଆନନ୍ଦପୁର ଡାକ୍ତରଖାନା ନେବାକୁ ପରାମର୍ଶ ଦେଇଥିଲେ । କିନ୍ତୁ ଆନନ୍ଦପୁର ମେଡ଼ିକାଲରେ ପହଁଞ୍ଚିବା ପୂର୍ବରୁ ପୁଅର ମୃତ୍ୟୁ ଘଟିଥିବାବେଳେ ଚିକିତ୍ସାଧିନ ଅବସ୍ଥାରେ ମା’ର ମୃ୍ତ୍ୟୁ ହୋଇଛି । ଉଭୟ ମା ଓ ପୁଅଙ୍କ ମୃତ୍ୟୁ ପରେ ମେଡିକାଲ ପରିସରରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login