The Ultimate Managed Hosting Platform
ADVERTISEMENT

ପିଏନବି ଘୋଟାଲା : ମେହୁଲ ଚୋକସି ଗିରଫ

Facebook
Twitter
LinkedIn

ନୂଆଦିଲ୍ଲୀ : ବେଲଜିୟମରେ ମେହୁଲ ଚୋକସି ଗିରଫ । ପିଏନବି ଘୋଟାଲା ମାମଲାରେ ଫେରାର ଥିଲା ମେହୁଲ ଚୋକସି । ଭାରତ ସରକାରଙ୍କ ଅପିଲ ପରେ ବେଲଜିୟମରେ ଗିରଫ । ୧୩ ହଜାର କୋଟି ଟଙ୍କାର ଠକେଇ ଅଭିଯୋଗ ରହିଛି । ଖୁବଶୀଘ୍ର ମେହୁଲଙ୍କୁ ଭାରତ ଆଣିବାକୁ ପ୍ରୟାସ ।
୧୩ ହଜାର କୋଟିର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଘୋଟାଲାରେ ମେହୁଲ ଚୋକସୀଙ୍କ ସଂପୃକ୍ତି ରହିଛି । ଏହି ମାମଲାରେ ସେ ଭାରତର ୱାଣ୍ଟେଡ୍ ତାଲିକାରେ ରହିଥିଲେ । ଘୋଟାଲା ସାମ୍ନାକୁ ଆସିବା ପରେ ୨୦୧୮ରେ ଦେଶ ଛାଡ଼ି ପଳାଥିଲେ ମେହୁଲ ଚୋକସୀ । ପିଏନବି ଘୋଟାଲାରେ ନିରବ ମୋଦି ମଧ୍ୟ ଭାରତର ୱାଣ୍ଟେଡ୍ ତାଲିକାରେ ।
ମେହୁଲ ଚୋକସୀ ଗତ କିଛି ଦିନ ଧରି ଚିକିତ୍ସା ପାଇଁ ବେଲଜିୟମ୍ ଯାଇଥିବା ବେଳେ ତାକୁ ପୋଲିସ ଗିରଫ କରିଛି । ମେହୁଲକୁ ବେଲଜିୟମ୍ ପୋଲିସ ଦୁଇଟି ମାମଲାରେ ଗିରଫ କରିଛି । ନିଜର ସ୍ବାସ୍ଥ୍ୟଗତ ସମସ୍ୟା ଦର୍ଶାଇ ତୁରନ୍ତ ଜାମିନ ପାଇବା ଲାଗି ଚେଷ୍ଟା କରିପାରେ । ୨୦୨୩ ନଭେମ୍ବର ୧୫ ତାରିଖରେ ମେହୁଲ ଚୋକସୀ ନିଜର ବେଲଜିୟମ୍ ପତ୍ନୀ ଜରିଆରେ ନାଗରିକତା କାର୍ଡ ହାସଲ କରିଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login