ଭୁବନେଶ୍ୱର : ବହୁ ଚର୍ଚ୍ଚିତ ପାଟଣାଗଡ ପାସଲ ବୋମା ମାମଲା । ଜୁନ ୧୭ ସୁଦ୍ଧା ମାମଲାର ଚୂଡାନ୍ତ ରାୟ । ଏ ନେଇ ପୂର୍ବରୁ ସୁପ୍ରିମକୋର୍ଟଙ୍କ କଡା ନିଦେ୍ର୍ଦଶ ରହିଛି । ଆସନ୍ତା ୫ରେ ପ୍ରତିପକ୍ଷଙ୍କ ସାକ୍ଷ୍ୟଗ୍ରହଣ ନେଇ ଶୁଣାଣି । ପଡୋଶୀ ଜିତେନ ପଟେଲଙ୍କ ହେଲା ସାକ୍ଷ୍ୟ ଗ୍ରହଣ । ପାଟଣାଗଡ଼ ଅତିରିକ୍ତ ଜିଲ୍ଲା ଦୌରାଜଜଙ୍କ କୋର୍ଟରେ କେସ ବିଚରାଧୀନ ଥିବା ବେଳେ ସରକାରୀ ପକ୍ଷରୁ ୬୨ ଜଣ ସାକ୍ଷୀ ଓ ପୁଞ୍ଜିଲାଲଙ୍କ ପକ୍ଷରୁ ୩ ଜଣ ସଫେଇ ସାକ୍ଷୀଙ୍କ ସାକ୍ଷ୍ୟଗ୍ରହଣ ସରିଛି । ଗତ ୨୦୧୮ ମସିହା ଫେବୃଆରୀ ୨୩ ତାରିଖରେ ଲୋମହର୍ଷଣ କାରି ପାର୍ସଲ ବୋମା ଘଟଣା ଘଟିଥିଲା । ପାଟଣାଗଡ଼ ଅଧ୍ୟାପକ ଦମ୍ପତି ରବୀନ୍ଦ୍ର ସାହୁ ଓ ସଂଯୁକ୍ତା ସାହୁ ଙ୍କ ପୁଅବାହାଘରକୁ ଗିଫ୍ଟରେ ପାର୍ସଲବୋମା ଆସିଥିବା ବେଳେ ଖୋଲିଲାବେଳେ ସୋମ୍ୟଶେଖର ସାହୁ ଓ ତାଙ୍କ ସମ୍ପର୍କୀୟ ଜେଜେମା ଜେମାମଣି ସାହୁ ଙ୍କ ମୃତ୍ୟୁ ଘଟିଥିବା ବେଳେ ଗୁରୁତର ହୋଇ ଅଳ୍ପକେ ବର୍ତ୍ତୀଯାଇଥିଲେ ରିମାରାଣୀ ।
Views: 39