The Ultimate Managed Hosting Platform
ADVERTISEMENT

ପାରିବାରିକ ବିବାଦର କରୁଣ ପରିଣତି, ଭାଇକୁ ମାରିଲା ଭାଇ

Facebook
Twitter
LinkedIn

ଚଣ୍ଡୀଖୋଲ : ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ବାଲିସାହିରେ । ବଡଭାଇକୁ ଟ୍ରକ ଚଢାଇ ମାରିଦେଲା ସାନ ଭାଇ । ସୂଚନା ଅନୁଯାୟୀ, ବାଲିସାହି ଗ୍ରାମର ଅକ୍ଷୟ ମଲ୍ଲିକ ଗତକାଲି ରାତିର ଘର ପାଖରେ ଏକ ପଡିଆରେ ବସିଥିବା ସମୟରେ ସାନଭାଇ ସୁଶାନ୍ତ ମଲ୍ଲିକ ଟ୍ରକ ଚଢାଇ ଦେଇଥିଲେ । ଯାହା ଫଳରେ ଅକ୍ଷୟଙ୍କୁ ଗୁରୁତର ଅବସ୍ଥାରେ ଧର୍ମଶାଳା ମେଡିକାଲରେ ଭର୍ତ୍ତି କରାଯାଇଥିଲା।

ସେଠାରେ ଅକ୍ଷୟଙ୍କର ମୃତ୍ୟୁ ହୋଇଛି । ତେବେ ଦୀର୍ଘ ଦିନ ଧରି ଅକ୍ଷୟ ମଲ୍ଲିକ ଓ ସାନଭାଇ ସୁଶାନ୍ତ ମଲ୍ଲିକ ଙ୍କ ମଧ୍ୟରେ ପାରିବାରିବ ବିବାଦ ଲାଗି ରହିଥିଲା ଯାହାର ପାଇଁ ଗତକାଲି ଏହାର କରୁଣ ପରିଣତି ଦେଖିବାକୁ ମିଳିଛି । ଘଟଣା ସ୍ଥଳରେ ଜେନାପୁର ପୋଲିସ ପହଁଚି ସାନ ଭାଇ କୁ ଥାନା ରେ ଅଟକ ରଖିଥିବା ବେଳେ ଟ୍ରକ କୁ ଜବତ ରଖିବା ସହ ଘଟଣାର ତଦନ୍ତ ପ୍ରକି୍ରୟା ଜାରୀ କରିଛି । ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଅବସରପ୍ରାପ୍ତ ଶିକ୍ଷକ ହେବେ ଅତିଥି ଶିକ୍ଷକ

ଅବସରପ୍ରାପ୍ତ ଶିକ୍ଷକ ହେବେ ଅତିଥି ଶିକ୍ଷକ

ଭୁବନେଶ୍ୱର : ଅବସରପ୍ରାପ୍ତ ୬୩୮୭ ଜଣ ଶିକ୍ଷକଙ୍କୁ ଅତିଥି ଶିକ୍ଷକ ଭାବେ ମିଳିବ ନିଯୁକ୍ତି । ଅନୁଦାନପ୍ରାପ୍ତ, ବ୍ଲକଗ୍ରାଣ୍ଟ ହାଇସ୍କୁଲ ସହ ସଂସ୍କୃତ ଟୋଲ ସ୍କୁଲରେ ମିଳିବ...

ପୁରୀ ଅଘଟଣ ନେଇ ମୁଖ୍ୟମନ୍ତ୍ରୀଙ୍କ ସୂଚନା , କହିଲେ ଅବହେଳା ଅକ୍ଷମଣୀୟ

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ଚିଠି

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବଙ୍କ ଚିଠି । ମହାନଦୀ ଜଳ ବିବାଦ ନେଇ ପ୍ରତିଉତ୍ତର ରଖି ଲେଖିଲେ ଚିଠି ।ଆପୋସ ଆଲୋଚନାରେ...

ADVERTISEMENT

Login