The Ultimate Managed Hosting Platform
ADVERTISEMENT

ପାଣି ପାଇଁ ଡହଳ ବିକଳ ହେବ ପାକ , ଡ୍ୟାମ ବନ୍ଦ କଲା ଭାରତ

Facebook
Twitter
LinkedIn

ନୂଆଦିଲ୍ଲୀ : ପାକିସ୍ତାନ ଶୋଷରେ ମରିବ ।ପାଣି ପାଇଁ ହେବ ଡହଳ ବିକଳ । ପୁଣି ପାକ ଉପରେ ପ୍ରହାର କରିଛି ଭାରତ । ସିନ୍ଧୁ ପରେ ଚେନାବ ନଦୀର ପାଣି ବନ୍ଦ କଲା ଭାରତ । ଜମ୍ମୁ କାଶ୍ମୀର ରାମବନ ଅଞ୍ଚଳରେ ଥିବା ବାଗ୍ଲିହର ଡ୍ୟାମର ସବୁ ଗେଟ୍ ବନ୍ଦ କଲା ଭାରତ । ଡ୍ୟାମ ବନ୍ଦ ହେବା ପରେ ପାକିସ୍ତାନକୁ ଯାଇଥିବା ଚେନାବ ନଦୀ ଶୁଖିଲା ପଡିଛି । ଯାହାର ଦୃଶ୍ୟ ଏବେ ସାମ୍ନାକୁ ଆସିଛି ।ବାଗ୍ଲିହର ଡ୍ୟାମ ଦ୍ବାରା ଭାରତ-ପାକିସ୍ତାନ ମଧ୍ୟରେ ଜଳ ପ୍ରବାହ ହୋଇଥାଏ । ଜଳସ୍ତର କମିବା ପରେ ପାକିସ୍ତାନର ଚାଷ ପ୍ରଭାବିତ ହେବାର ଆଶଙ୍କା ରହିଛି । କେବଳ ବାଗ୍ଲିହର ନୁହେଁ ଆଗାମୀ ଦିନରେ ଭାରତ ଝେଲମ ନଦୀର କ୍ରିଷ୍ଣାଗଙ୍ଗା ଡ୍ୟାମ ମଧ୍ୟ ବନ୍ଦ କରିବାକୁ ଯୋଜନା କରିଛି । ତେବେ ଭାରତ ପକ୍ଷରୁ ଡ୍ୟାମ୍ ବନ୍ଦ ପରେ ପ୍ରତିକ୍ରିୟା ରଖିଛନ୍ତି ନଦୀ କୂଳିଆ ଲୋକେ । କହିଛନ୍ତି- ଆମେ ଖୁସି ଯେ ଭାରତ ସରକାର ପାକିସ୍ତାନକୁ ପାଣି ଛାଚିବା ବନ୍ଦ କରି ଦେଇଛନ୍ତି । ପହଲଗାମ ଆକ୍ରମଣର ଏମିତି ଉଚିତ ଜବାବ ଦିଆଯାଉ, ସରକାରଙ୍କ ନିଷ୍ପତ୍ତିରେ ଆମେ ସହମତ । ସେହିପରି ଅନ୍ୟ ଜଣେ ସ୍ଥାନୀୟ ବାସିନ୍ଦା ମଧ୍ୟ ପାକିସ୍ତାନକୁ ପାନେ ଦେବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login