ପାଟଣାଗଡ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ର ବହୁଚର୍ଚ୍ଚିତ ବୋମା ବିସ୍ଫୋରଣ ମାମଲାର ଆଜି ଶେଷ ଶୁଣାଣି ହେବ । ଏଥିଲାଗି ପାଟଣାଗଡ଼ ଏଡିଜେଙ୍କ କୋର୍ଟରେ ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେର ଉପସ୍ଥିତ ରହିବେ । ତାଙ୍କୁ ପୋଲିସ ବଲାଙ୍ଗୀର କାରାଗାରରୁ ଏଡିଜେଙ୍କ କୋର୍ଟରେ ହାଜର କରିବାକୁ କଡ଼ା ସୁରକ୍ଷା ମଧ୍ୟରେ ଆଣିଛି । ନ୍ୟାୟାଳୟ ଆଜି ରାୟ ଶୁଣାଉଛନ୍ତି କି ରାୟ ସଂରକ୍ଷିତ ରଖୁଛନ୍ତି ? ତାଛଡ଼ା ଯଦି ଆଜି ଦଣ୍ଡାଦେଶ ହେଉଛି, ତେବେ ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କୁ କି ପ୍ରକାରର ଦଣ୍ଡରେ ଦଣ୍ଡିତ କରାଯାଉଛି, ତାହା ଉପରେ ରହିଛି ସମସ୍ତଙ୍କ ନଜର ।
Views: 27