ପାଟଣାଗଡ : ରାୟ ନେଇ ମୃତ ସୈାମ୍ୟଙ୍କ ବାପା ମାଙ୍କ ପ୍ରତିକ୍ରିୟା । ପୁଞ୍ଜିଲାଲଙ୍କୁ ଫାଶୀ ହେବା ନେଇ ଆଶା ରଖିଥିଲୁ । ହେଲେ କୋର୍ଟଙ୍କ ରାୟରେ ଆମେ କିଛି ଟା ସନ୍ତୁଷ୍ଟ । ପୁଅର ଆତ୍ମା କିଛିଟା ଶାନ୍ତି ପାଇଛି । ପୁଞ୍ଜିଲାଲକୁ ମଣିଷ ବୋଲି କୁହାଯିବନି । ସେ ଯଦି ଉପରକୋର୍ଟ ଜୀବ ଆମେ ବି ଯିବୁ । ଦୀର୍ଘ ୭ ବର୍ଷ ହେଲା କୋର୍ଟ ଆସୁଥିଲୁ ।
ଆଜି ପାଟଣାଗଡ ପାର୍ସଲବୋମା ଘଟଣାରେ ଦୋଷୀ ପୁଞ୍ଜିଲାଲକୁ ମିଳିଲା ଆଜୀବନ ଜେଲ୍ ଦଣ୍ଡ । ସବୁ ପ୍ରମାଣ ଓ ସାକ୍ଷ୍ୟକୁ ଯାଞ୍ଚ କରିବା ପରେ ଅଭିଯୁକ୍ତ ପୁଞ୍ଜିଲାଲକୁ ଦୋଷୀ ସାବ୍ୟସ୍ତ କରିବା ସହ ଏଭଳି ଦଣ୍ଡାଦେଶ ଶୁଣାଇଛନ୍ତି ପାଟଣାଗଡ଼ ଏଡିଜେ କୋର୍ଟ । ଦୀର୍ଘ ୭ ବର୍ଷ ପରେ ଅଧ୍ୟାପକ ରବୀନ୍ଦ୍ର ସାହୁଙ୍କ ପରିବାରକୁ ମିଳିଲା ନ୍ୟାୟ । ୨୦୧୮ ଫେବ୍ରୁଆରି ୨୩ ତାରିଖରେ ରବୀନ୍ଦଙ୍କ ପୁଅ ସୌମ୍ୟ ଶେଖରଙ୍କ ବିବାହରେ ମୃତ୍ୟୁର ତାଣ୍ଡବ ଘଟାଇଥିଲା ପୁଞ୍ଜିଲାଲ । ତେବେ ୨୦୧୮ରୁ ୨୦୨୫ । ଦୀର୍ଘ ସାତ ବର୍ଷ । ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ୭ ବର୍ଷ ପରେ ଆସିଛି ରାୟ ।
Views: 51