ନୂଆଦିଲ୍ଲୀ : ପାକିସ୍ତାନର ପେଶାୱାର ସହରରେ ଭୀଷଣ ଅଗ୍ନିକାଣ୍ଡ ଘିଟିଛି । ଏହି ଅଗ୍ନିକାଣ୍ଡରେ ୫ଜଣ ଲୋକଙ୍କର ମୃତ୍ୟୁ ଘଟିଛି । ଏହା ସମେତ ଅନେକ ଲୋକ ମଧ୍ୟ ଆହତ ହୋଇଛନ୍ତି । ଏହି ଅଗ୍ନିକାଣ୍ଡରେ ଦୁଇ ଜଣ ଅଗ୍ନିଶମ ବିଭାଗର କର୍ମଚାରୀ ସମେତ ଅନ୍ୟାନ୍ୟ ଆହତ ରହିଛନ୍ତି । ସୂଚନାନୁଯାୟୀ, ଘଟଣା ବିଷୟରେ ସୂଚନା ଦେଇ ପୋଲିସ କହିଛି ଯେ, ସୋମବାର ରାତିରେ ଖାଇବର ପଖତୁନଖ୍ୱା ପ୍ରଦେଶର ଜନଗହଳିପୂର୍ଣ୍ଣ ଜାନ ଇମାମ ବାରଗା ଅଞ୍ଚଳରେ ଥିବା ଏକ ଘରେ ଅଗ୍ନିକାଣ୍ଡ ଘଟିଥିଲା । ଘର ଭିତରୁ ଛଅ ଜଣଙ୍କୁ ବାହାର କରାଯାଇଥିଲା । ଯେଉଁଥିରୁ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଥିଲା ।
Views: 8