The Ultimate Managed Hosting Platform
ADVERTISEMENT

ପାକିସ୍ତାନରେ ଅଟା ଚୋରୀ ରୋକିବାକୁ ଲାଗିଲା ୧୪୪ ଧାରା

Facebook
Twitter
LinkedIn

ନୂଆଦିଲ୍ଲୀ : ଦୁର୍ଦ୍ଦିନରେ ପାକିସ୍ତାନ । ଖାଦ୍ୟକୁ ନେଇ ଏବେ ରାଜରାସ୍ତାରେ ପାକିସ୍ତାନବାସୀ । ପାକିସ୍ତାନରେ ଗୋଟିଏ ପଟେ ରାଜନୈତିକ ସଂକଟ ଲାଗି ରହିଥିବା ବେଳେ ଅନ୍ୟପଟେ ଏବେ କାଙ୍ଗାଳ ପରିସ୍ଥିତିରେ ପହଂଚିଛି ପାକିସ୍ତାନ । ପରିସ୍ଥିତି ଏଭଳି ହୋଇଛି କି, ଏବେ ଲୋକଙ୍କ ପାଖରେ ଖାଇବାକୁ ଅଟା ମିଳୁନାହିଁ, ଫଳରେ ବିଭିନ୍ନ ସରକାରୀ ଗୋଦାମ ଓ ବେସରକାରୀ ମହଜୁଦକାରୀଙ୍କ ଗୋଦାମରୁ ଲୋକମାନେ ଅଟା ଚୋରାଇ ନେଉଛନ୍ତି । ଏବେ କିଛି ସ୍ଥାନରୁ ଖବର ଆସିଛି କି ଅଟା ଚୋରି ରୋକିବାକୁ ସରକାର ବିଭିନ୍ନ ସ୍ଥାନରେ ଧାରା ୧୪୪ ଲଗାଇଛନ୍ତି । ପାକିସ୍ତାନୀ ଗଣମାଧ୍ୟମ ମୁତାବକ ବେଲୁଚିସ୍ତାନରେ ବିଶେଷ ଭାବେ ଗହମ ଉତ୍ପାଦନ କରାଯାଇଥାଏ । ପାକିସ୍ତାନରେ ଖାଦ୍ୟ ସଂକଟ ଦେଖା ଦେଇଥିବାରୁ ବେଲୁଚିସ୍ତାନରେ ଅଟାପାଇଁ ଲୋକ ଗଣ୍ଡଗୋଳ କରୁଛନ୍ତି ଓ ଅଟା ବା ଗହମ ମହଜୁଦ ଥିବା ସ୍ଥାନରୁ ଚୋରୀ କରିନେଉଛନ୍ତି । ଏସବୁକୁ ନଜରରେ ରଖି ବେଲୁଚିସ୍ତାନ ସରକାର ରାଜ୍ୟରେ ଧାରା ୧୪୪ ଲାଗୁ କରିଛନ୍ତି । ବେଲୁଚିସ୍ତାନ ସରକାର କହିଛନ୍ତି କି ଆଗାମୀ ଋତୁରେ ଗହମ ଉତ୍ପାଦନ ହେବା ପର୍ୟ୍ୟନ୍ତ ଯେଭଳି ରାଜ୍ୟରେ ଅଟାର ଅଭାବ ଦେଖା ନଦିଏ ତାହାକୁ ନଜରରେ ରଖି ଅଟା ଚୋରି ରୋକିବାକୁ ରାଜ୍ୟରେ ୧୪୪ ଧାରା ଲାଗୁ କରାଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login