May 15, 2024 8:29 pm

The Ultimate Managed Hosting Platform
ADVERTISEMENT

ଆଜି ଆପଣଙ୍କ ରାଶିରେ (ତା.୧୦-୦୬-୨୦୨୩ ରିଖ ଶନିବାର)

Facebook
Twitter
LinkedIn

ମେଷ-ଆଜି ସହକର୍ମୀଙ୍କ ସହ ଅର୍ଥ ସମ୍ପର୍କକୁ କେନ୍ଦ୍ରକରି ବିତର୍କ ହୋଇପାରେ । ବନ୍ଧୁଙ୍କ ସହାୟତାରେ ପରିବାରରେ ଆପୋସ ମିଳାମିଶାରୁ ପାରିବାରିକ ସମସ୍ୟାର ସମାଧାନ ଘଟିବ । କୃତିକା ନକ୍ଷତ୍ର ପୂର୍ବରାଗକୁ କେନ୍ଦ୍ର କରି ଆତ୍ମୀୟସ୍ବଜନମାନେ ଦୂରେଇ ଯାଇପାରନ୍ତି। ଟେନସନ୍‌ କମିଯିବା ସକାଶେ ବନ୍ଧୁଙ୍କ ପରାମର୍ଶ ଅନୁଯାୟୀ ଚେଷ୍ଟା କରିବେ ।

ବୃଷ-ଆଜି ଅସମ୍ପୂର୍ଣ୍ଣ କାମ ପୂର୍ଣ୍ଣାଙ୍ଗ କରିବାରେ ଜଣେ ବିଜାଦୀୟ ବ୍ୟକ୍ତି ସାହାଯ୍ୟ କରିବେ । ଅତୀତ ଘଟଣା, ସ୍ବାସ୍ଥ୍ୟହାନି କିମ୍ବା ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁ ମନ ଉଦାସ ରହିପାରେ। ମୃଗଶିରା ନକ୍ଷତ୍ରର କଚେରି ମାମଲା କିମ୍ବା ଆକସ୍ମିକ କଳହଜନିତ ଦୁଶ୍ଚିନ୍ତା ବୃଦ୍ଧି ପାଇବ । ସ୍ଥିର ମନନେଇ କାମକଲେ ସମସ୍ୟାର ସମାଧାନ ହୋଇଯିବ ।

ମିଥୁନ-ପ୍ରତ୍ୟେକ କ୍ଷେତ୍ରରେ ଧୈର୍ଯ୍ୟ ଧାରଣ କରି ବିଭିନ୍ନ ସମସ୍ୟାର ମୁକାବିଲାରେ ସମର୍ଥ ହେବେ । କେତେକ ଘଟଣାରେ ଅସୁବିଧା ନ ହେଲେ ମଧ୍ୟ ଆଶଙ୍କା କରି ମନ ଅସ୍ଥିର ରହିବ। ଅସମର୍ଥିତ ସୂତ୍ରରୁ ଅନ୍ୟମାନଙ୍କ କଥା ଶୁଣି ବ୍ୟସ୍ତ ଅନୁଭବ କରିବେ। ଆରଦ୍ରା ନକ୍ଷତ୍ର ପରିସ୍ଥିତିବଶତଃ ଇଚ୍ଛା ନ ଥିଲେ ମଧ୍ୟ କେତେକ କାମ କରିବାକୁ ବାଧ୍ୟ ହେବେ ।

କର୍କଟ-ପୁଷ୍ୟା ନକ୍ଷତ୍ରର ସ୍ବାସ୍ଥ୍ୟ ଭଲ ରହିଲେ ମଧ୍ୟ ବିଶେଷ ଖଟଣିଜନିତ ମନ ଭଲ ରହିବ ନାହିଁ । ଜମା ଭଲ ପଡୁନଥିବା କୌଣସି ବ୍ୟକ୍ତି ପରିସ୍ଥିତିକୁ ଭିନ୍ନ ରୂପ ଦେବାରେ ସମର୍ଥ ହେବେ। ଅର୍ଥ ସଂକଟ ଦୂରେଇବାରେ ଜଣେ ବିଶିଷ୍ଟ ବ୍ୟକ୍ତି ସହାୟତା କରିବେ । ସଭାସମିତି କିମ୍ବା ଆଲୋଚନା କ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ ।

ସି˚ହ-ସାମାନ୍ୟ କୌଶଳ ପ୍ରୟୋଗ କରି କାମ କଲେ, ଯାହା ଚାହୁଁଛନ୍ତି ତାହା ପାଇପାରିବେ । ଫାଇଦା ହାସଲ ପାଇଁ ଫନ୍ଦିଫିକର କରିବା ଲାଗି ମନ ବଳାଇପାରନ୍ତି। ପୂର୍ବା -ଫାଲଗୁନୀ ନକ୍ଷତ୍ର ଅସଂଯତ କାର୍ଯ୍ୟକଳାପ ପାଇଁ ଉଚ୍ଚବର୍ଗଙ୍କଠାରୁ ସମାଲୋଚିତ ହେବେ । ସାମାଜିକ ସ୍ତରରେ ମିଥ୍ୟା ଭାଷଣରୁ ସମାଲୋଚନାର ପାତ୍ର ହେବାକୁ ପଡ଼ିପାରେ ।

କନ୍ୟା-ସକାଳୁ କୌଣସି ବିଶେଷ କାମରେ ଦୂରଯାତ୍ରା କରିବାକୁ ପଡ଼ିପାରେ। ଆଜି ଘର କାମ ସାଙ୍ଗକୁ ଅଫିସ୍‌ କାମର ଜଞ୍ଜାଳ ବଳିଯିବ । ସ୍ବାସ୍ଥ୍ୟ ସମସ୍ୟା ସମ୍ପୂର୍ଣ୍ଣ ଖରାପ ନ ହେଲେ ମଧ୍ୟ ବିଶେଷ ଭଲ ରହିବ ନାହିଁ। ଉତ୍ତରାଫାଲଗୁନୀ ନକ୍ଷତ୍ର ଆନୁଷ୍ଠାନିକ କ୍ଷେତ୍ରରେ ନୀତିଗତ କାମରୁ ପ୍ରଶଂସିତ ହେବେ ।

ତୁଳା-କର୍ମକ୍ଷେତ୍ରରେ ସମସ୍ୟାର ସରଳ ସମାଧାନ କରିବାରେ ସମର୍ଥ ହେବେ । ସ୍ବାତୀ ନକ୍ଷତ୍ର ଅନ୍ୟ ମାନଙ୍କୁ ସୁହାଇଲା ଭଳି କଥାକହି ଲକ୍ଷ୍ୟ ହାସଲ କରିପାରନ୍ତି । ପାରିବାରିକ କ୍ଷେତ୍ରରେ ଭାରସାମ୍ୟ ରଖି ଚଳିବା ନିତାନ୍ତ ଜରୁରୀ ହୋଇପଡ଼ିବ। ବାଣିଜ୍ୟ, ବ୍ୟବସାୟରେ ମାନମନାନ୍ତର ଦେଖାଦେଇପାରେ ।

ବିଛା-ଯାହା ଚାହୁଁଥିଲେ ତାହା ହାସଲ କରିବାରୁ ମନ ଖୁସି ହୋଇଯିବ । ସାମାଜିକ ସ୍ତରରେ ଉଚ୍ଚବର୍ଗଙ୍କ ସହାୟତା ପାଇ ଏକପ୍ରକାର ଆଶ୍ୱସ୍ତି ଲାଭ କରିବେ । ଜଣାଶୁଣା ମିତ୍ର ବନ୍ଧୁମାନେ ଆବଶ୍ୟକ ସହଯୋଗ କରିବା ଦ୍ୱାରା କର୍ମକ୍ଷେତ୍ରରେ ଅଗ୍ରଗତି ବେଶ୍‌ ଦ୍ରୁତ ହେବ । ଜ୍ୟେଷ୍ଠା ନକ୍ଷତ୍ର ସକାଶେ ପଡ଼ୋଶୀ ଈର୍ଷାନ୍ବିତ ହୋଇ ଭିନ୍ନ ମନ୍ତବ୍ୟ ଦେବେ ।

ଧନୁ-ପାରିବାରିକ କ୍ଷେତ୍ର ବୁଝାମଣା ଭିତ୍ତିରେ ଶୃଙ୍ଖଳିତ ହେବାରୁ ଆଶ୍ୱସ୍ତି ଲଭିବେ । ମନ ବୁଝିଲା ଭଳି କଥା କହିବା କାରଣରୁ ବନ୍ଧୁଙ୍କ ସହଯୋଗ ପାଇବାରେ ଅସୁବିଧା ରହିବ ନାହିଁ । ମୂଳା ନକ୍ଷତ୍ରର ରାଜନୀତି କିମ୍ବା ପ୍ରଶାସନିକ ସ୍ତରରେ କାମ ହାସଲ କଷ୍ଟକର ହେବ। ବ୍ୟବସାୟରେ ଲାଭ ମିଳିବ, ମାତ୍ର ଅବହେଳାରୁ ବ୍ୟୟ ହୋଇଯିବ ।

ମକର-ଆଜି ସ୍ବାର୍ଥ ହାସଲ ପରିପ୍ରେକ୍ଷୀରେ ପଡ଼ୋଶୀଙ୍କ ସହ ସୁସମ୍ପର୍କ ରକ୍ଷାରେ ସମର୍ଥ ହେବେ। ରାଜନୀତିରେ ନେତୃତ୍ୱ ନେଇ ପ୍ରଶଂସିତ ହୋଇପାରନ୍ତି । ବନ୍ଧୁଙ୍କୁ କହିବା ସକାଶେ ମନରେ ଭାବୁଥିବା କଥାଟି ମୁହଁ ସାମ୍ନାରେ ପ୍ରକାଶ କରିପାରିବେ ନାହିଁ । ଧନିଷ୍ଠା ନକ୍ଷତ୍ର ପାରିବାରିକ ସ୍ତରରେ ଭଉଣୀ କିମ୍ବା ସ୍ତ୍ରୀଙ୍କ ତରଫରୁ ପ୍ରତିରୋଧ ଆସିପାରେ ।

କୁମ୍ଭ-ଶତଭିଷା ନକ୍ଷତ୍ରର କର୍ମକ୍ଷେତ୍ରସ୍ଥ ପାରିପାର୍ଶ୍ୱିକ ପରିସ୍ଥିତି କେତେକାଂଶରେ ଭଲ ରହିବ । ନୂତନ ଯୋଜନାଟିକୁ ଆରମ୍ଭ କରିବା ପାଇଁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇବେ । ସଭାସମିତି କିମ୍ବା ଆଲୋଚନା କ୍ଷେତ୍ରରେ ରୁକ୍ଷ ବ୍ୟବହାର ବନ୍ଧୁଙ୍କ ମନରେ ଆଘାତ ଦେବ । ପାରିବାରିକ ବ୍ୟତିକ୍ରମକୁ ନେଇ ମନୋବଳ ହ୍ରାସ ପାଇବ ।

ମୀନ-ପୂର୍ବ ସ୍ଥିରୀକୃତ ଯୋଜନା ମୁତାବକ କାର୍ଯ୍ୟରେ ସଫଳତା ପାଇବେ କିନ୍ତୁ ସତର୍କତାର ସହ କାମ କରି ପାରିଲେ ହେଲା । ରେବତୀ ନକ୍ଷତ୍ର ସକାଶେ ଯେତେ ଭଲ କାମ କଲେ ମଧ୍ୟ ନିଜର ଲୋକମାନେ ଦୋଷ ଖୋଜି ବୁଲିବେ। ପ୍ରତ୍ୟେକ ପରିସ୍ଥିତିରେ ଯେତେଟା ପରିସ୍ଥିତିକୁ ଜଟିଳ ମନେକରିବେ ବାସ୍ତବରେ ସେପରି କିଛି ହେବନି । ଆକସ୍ମିକ ଭାବରେ ଦୂରଯାତ୍ରା କରିବାକୁ ପଡ଼ିପାରେ ।

ADVERTISEMENT
Facebook
Twitter
LinkedIn
ADVERTISEMENT

Recent News

ବୁଡିଲା ସେୟାର ବଜାର, ସେନସେକ୍ସ ୭୦୦ ଅଙ୍କ ଖସିଲା

ବୁଡିଲା ସେୟାର ବଜାର, ସେନସେକ୍ସ ୭୦୦ ଅଙ୍କ ଖସିଲା

ମୁମ୍ବାଇ: ସୋମବାର ଶେୟାର ବଜାରରେ କମ୍ପନ ଦେଖାଦେଇଛି। ବଜାର ଖୋଲିବାମାତ୍ରେ ସେନସେକ୍ସ ୭୦୦ ଅଙ୍କ ଖସିଛି। ଏହା ସହିତ ଟାଟାର ଶେୟାର ଧରାଶାୟୀ ହୋଇଛି। ମୁଦ୍ରାସ୍ଫୀତି ତଥ୍ୟ...

ନୁଡୁଲ୍ସ ନେଲା ବାଳକର ଜୀବନ ! ପରିବାର ସଦସ୍ୟ ଅସୁସ୍ଥ

ନୁଡୁଲ୍ସ ନେଲା ବାଳକର ଜୀବନ ! ପରିବାର ସଦସ୍ୟ ଅସୁସ୍ଥ

ନୂଆଦିଲ୍ଲୀ: ନୁଡୁଲ୍ସ ଖାଇବା ପରେ ଚାଲିଗଲା ବାଳକର ଜୀବନ। ଉତ୍ତରପ୍ରଦେଶର ପିଲିଭିତରେ ଘଟିଛି ଏଭଳି ଘଟଣା। ଗୋଟାଏ ପରିବାରର ୬ଜଣ ଲୋକ ନୁଡୁଲ୍ସ ଖାଇବା ପରେ ଅସୁସ୍ଥ...

ADVERTISEMENT
୨ ପୋଲିଂ ଅଫିସର ସସପେଣ୍ଡ

୨ ପୋଲିଂ ଅଫିସର ସସପେଣ୍ଡ

ଭୁବନେଶ୍ବର : ଓଡ଼ିଶାରେ ଚାଲିଛି ପ୍ରଥମ ପର୍ୟ୍ୟାୟ ମତଦାନ। ତେବେ ନିର୍ବାଚନ କାର୍ୟ୍ୟରେ ଅବହେଳା ପାଇଁ ୨ ପୋଲିଂ ଅଧିକାରୀ ନିଲମ୍ବିତ । କଳାହାଣ୍ଡି ନର୍ଲାର ଏକ...

Login