ନୂଆଦିଲ୍ଲୀ : ପାକିସ୍ତାନ-ସାଉଦି ଆରବ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ପ୍ରତିରକ୍ଷା ଚୁକ୍ତି ସ୍ୱାକ୍ଷରିତ । ନାଟୋ ଦେଶ ଭଳି ଉଭୟ ଦେଶ ମଧ୍ୟରେ ପ୍ରତିରକ୍ଷା ଚୁକ୍ତି ସ୍ୱାକ୍ଷରିତ । ଉଭୟ ଦେଶ ମଧ୍ୟରେ ରଣନୈତିକ ପାରସ୍ପରିକ ପ୍ରତିରକ୍ଷା ଚୁକ୍ତିନାମା ସ୍ୱାକ୍ଷରିତ । ରିଆଦରେ ଚୁକ୍ତି ସ୍ୱାକ୍ଷର କଲେ ସାଉଦି ପ୍ରିନ୍ସ ଓ ପାକସ୍ତାନ ପ୍ରଧାନମନ୍ତ୍ରୀ । ଚୁକ୍ତି ଅନୁସାରେ ଜଣଙ୍କ ଉପରେ ଆକ୍ରମଣକୁ ଉଭୟଙ୍କ ବିରୋଧରେ ଆକ୍ରମଣ ବିଚାର କରାଯିବ ।
ପାକିସ୍ତାନୀ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ପ୍ରଧାନମନ୍ତ୍ରୀଙ୍କ କାର୍ୟ୍ୟାଳୟ ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ ଏହି ଚୁକ୍ତିନାମା ଦୁଇ ଦେଶ ମଧ୍ୟରେ ପ୍ରାୟ ଆଠ ଦଶନ୍ଧିପୁରୁଣା ସହଭାଗୀତା ଉପରେ ଆଧାରିତ, ଯାହାକୁ ଭାଇଚାରା, ଇସଲାମିକ୍ ସଂହତି ଏବଂ ସମାନ ରଣନୈତିକ ସ୍ୱାର୍ଥ ଦ୍ୱାରା ସୁଦୃଢ଼ କରାଯାଇଛି ।
ମିଳିତ ବିବୃତ୍ତିରେ କୁହାଯାଇଛି ଯେ ଏହି ଚୁକ୍ତିନାମା କେବଳ ଦ୍ୱିପାକ୍ଷିକ ସୁରକ୍ଷା ସମ୍ପର୍କକୁ ଆହୁରି ଗଭୀର କରିବା ପାଇଁ ନୁହେଁ ବରଂ ଆଞ୍ଚଳିକ ଏବଂ ବିଶ୍ୱ ଶାନ୍ତିପ୍ରତି ମଧ୍ୟ ଯୋଗଦାନ ଦେବା ପାଇଁ ଉଦ୍ଦିଷ୍ଟ । ଏଥିରେ ସ୍ପଷ୍ଟ ଭାବରେ କୁହାଯାଇଛି ଯେ ଉଭୟ ଦେଶ ବିରୁଦ୍ଧରେ ଆକ୍ରମଣକୁ ଉଭୟ ଦେଶ ବିରୁଦ୍ଧରେ ଆକ୍ରମଣ ବୋଲି ବିବେଚନା କରାଯିବ ।
ଏହି ଚୁକ୍ତିନାମା ମାଧ୍ୟମରେ, ପ୍ରତିରକ୍ଷା ସହଯୋଗକୁ ଆହୁରି ମଜବୁତ କରିବା, ମିଳିତ ପ୍ରତିରୋଧ କ୍ଷମତା ବିକାଶ କରିବା ଏବଂ ଯେକୌଣସି ସମ୍ଭାବ୍ୟ ଆକ୍ରମଣରୁ ସୁରକ୍ଷା ଦେବା ଉପରେ ଗୁରୁତ୍ୱ ଦିଆଯାଇଛି ।
ଏଥିସହ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ରିୟାଦରେ ପହଞ୍ଚିଥିଲେ ଏବଂ ତାଙ୍କୁ ଡେପୁଟି ଗଭର୍ଣ୍ଣର ମହମ୍ମଦ ବିନ୍ ଅବଦୁଲରହମାନ ବିନ୍ ଅବଦୁଲଅଜିଜ୍ ସ୍ୱାଗତ କରିଥିଲେ । ତାଙ୍କ ସହିତ ବୈଦେଶିକ ମନ୍ତ୍ରୀ ଇସାକ ଦାର, ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫ, ଅର୍ଥ ମନ୍ତ୍ରୀ ମହମ୍ମଦ ଔରଙ୍ଗଜେବ, ସୂଚନା ମନ୍ତ୍ରୀ ଆତାଉଲ୍ଲା ତାର୍ଦାର, ପରିବେଶ ମନ୍ତ୍ରୀ ମୁସାଦିକ୍ ମାଲିକ ଏବଂ ସ୍ୱତନ୍ତ୍ର ସହାୟକ ତାରିକ ଫାତେମି ମଧ୍ୟ ଉପସ୍ଥିତ ଥିଲେ ।
ପାକ-ସାଉଦି ପ୍ରତିରକ୍ଷା ଚୁକ୍ତି

Facebook
Twitter
LinkedIn
Facebook
Twitter
LinkedIn
Recent News
ଟ୍ରମ୍ପଙ୍କୁ ମିଳିଲାନି ନୋବେଲ, ମାରିଆଙ୍କୁ ମିଳିଲା ଶାନ୍ତି ନୋବେଲ
ନୂଆଦିଲ୍ଲୀ : ଘୋଷଣା ହେଲା ନୋବେଲ ଶାନ୍ତି ପୁରସ୍କାର । ଭେନେଜୁଏରାଲ ମାରିଆ କୋରିନାଙ୍କୁ ନୋବେଲ ଶାନ୍ତି ପୁରସ୍କାରା ଭେନେଜୁଏଲାରେ ଗଣତନ୍ତ୍ର ପ୍ରତିଷ୍ଠାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ପାଇଁ...
ଭିଜିଲାନ୍ସ ଜାଲରେ ୨ କିରାଣି
ଜଳେଶ୍ୱର : ଭିଜିଲାନ୍ସ ଜାଲରେ କିରାଣି । ଭିଜିଲାନ୍ସ ଜାଲରେ ଜଳେଶ୍ୱର ମ୍ୟୁନିସପାଲିଟିର ୨ କିରାଣି । କିରାଣି ବ୍ରଜଗୋପାଳ ଘୋଷ , ଜୁନିଅର କିରାଣି ରତିକାନ୍ତ...
କାବୁଲରେ ଖୋଲିବ ଭାରତୀୟ ଦୂତାବାସ
ନୂଆଦିଲ୍ଲୀ : ପୁଣି ଥରେ କାବୁଲରେ ଖୋଲିବ ଭାରତୀୟ ଦୂତାବାସ । ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କ ଘୋଷଣା । ତାଲିବାନ ଅର୍ଥ ମନ୍ତ୍ରୀଙ୍କ ସହ ଆଲୋଚନା...
ମହାକାଳପଡା ତହସିଲଦାର ଗିରଫ
ମହାକାଳପଡା : ମହାକାଳପଡା ତହସିଲଦାର ଶିବ ମଲ୍ଲିକ ଗିରଫ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ । ତହସିଲଦାରଙ୍କ ଆୟ ଠାରୁ...