ଭୁବନେଶ୍ୱର : ପରୀକ୍ଷା ଫି ଛାଡ଼ କଲେ ରାଜ୍ୟ ସରକାର ।ସରକାରଙ୍କ ଅଧିନରେ ନିଯୁକ୍ତି ସଂସ୍ଥା ଦ୍ବାରା ପରିଚାଳିତ ବିଭିନ୍ନ ନିଯୁକ୍ତି ପରୀକ୍ଷା ପାଇଁ ଫି ଛାଡ଼ କରିବାକୁ ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର । ସରକାରଙ୍କ ପକ୍ଷରୁ ଓପିଏସସି, ଓଏସଏସସି, ଓଏସଏସଏସସି ଓ ବୋର୍ଡ଼କୁ ଚିଠି ଲେଖାଯାଇଛି ।ଯେଉଁ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବେ ସେମାନଙ୍କୁ ପରୀକ୍ଷା ଫି ଫେରାଇ ଦିଆଯିବ । ଏହା ଦ୍ବାରା ଉପକୃତ ହେବେ ଲକ୍ଷଲକ୍ଷ ଛାତ୍ରଛାତ୍ରୀ । ଯେଉଁମାନେ ପରୀକ୍ଷାକୁ ଗୁରୁତ୍ବର ସହ ନନେଇ ପରୀକ୍ଷା ଦେଇନଥିଲେ ସେମାନଙ୍କ ପାଇଁ ଏହା ଲାଗୁ ହେବ ନାହିଁ । ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ଚାକିରି ଆଶା ନେଇ ପରୀକ୍ଷା ଦେଇଥାନ୍ତି । କିନ୍ତୁ କିଛି ଗରିବ ଛାତ୍ରଛାତ୍ରୀ ଅର୍ଥ ଅଭାବ କାରଣରୁ ପରୀକ୍ଷା ପାଇଁ ଆବେଦନ କରିବାକୁ ବି ଅସମର୍ଥ ଥାଆନ୍ତି । ଖାସ୍ ଏଭଳି ଛାତ୍ରୀଛାତ୍ରୀଙ୍କ ପାଇଁ ରାଜ୍ୟ ସରକାର ଏଭଳି ଗୁରୁତ୍ବପୂର୍ଣ୍ଣ ନିଷ୍ପତି ନେଇଛନ୍ତି ।
Views: 9