The Ultimate Managed Hosting Platform
ADVERTISEMENT

ପରଲୋକରେ ପୂର୍ବତନ କ୍ରିକେଟର ସଲିମ୍ ଦୁରାନି

Facebook
Twitter
LinkedIn

ଜାମନଗର: ପୂର୍ବତନ କ୍ରିକେଟର ସଲିମ ଦୁରାନିଙ୍କ ନିଧନ । ୮୮ ବର୍ଷରେ ଭାରତୀୟ ଟିମର ପୂର୍ବତନ ସ୍ପିନ ଅଲରାଉଣ୍ଡର ଦୁରାନିଙ୍କ ପରଲୋକ ହୋଇଛି । ସେ କିଛି ଦିନ ଧରି ଦୁରାରୋଗ୍ୟ କ୍ୟାନସରରେ ପୀଡ଼ିତ ଥିଲେ । ଗୁଜରାଟ ଜାମନଗରରେ ତାଙ୍କର ପରଲୋକ ହୋଇଛି । ୧୯୬୦ ମସିହାରେ ଦୁରାନିଙ୍କୁ କ୍ରୀଡ଼ା ଜଗତର ସମ୍ମାନଜନକ ଅର୍ଜୁନ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ଟିମ୍ ଇଣ୍ଡିଆ ପାଇଁ ସେ ୨୯ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି । ଗୋଟିଏ ଶତକ, ୭ ଅର୍ଦ୍ଧଶତକ କରିବା ସହ ୭୫ଟି ଓ୍ୱିକେଟ ନେଇଥିଲେ ।
୧୯୩୪ ମସିହା ୧୧ ଡିସେମ୍ବରରେ ଆଫଗାନିସ୍ତାନର କାବୁଲରେ ଦୁରାନିଙ୍କ ଜନ୍ମ । ମାତ୍ର ୮ମାସ ହୋଇଥିବା ପରେ ପରିବାର ସହ ପାକିସ୍ତାନର କରାଚି ଚାଲିଆସିଥିଲେ ଦୁରାନି । ମାତ୍ର ବିଭାଜନ ବେଳେ ଦୁରାନିଙ୍କ ପରିବାର ଭାରତ ଚାଲିଆସିଥିଲେ । ୬୦-୭୦ଦଶକରେ ଭାରତୀୟ କ୍ରିକେଟରେ ଅଲରାଉଣ୍ଡର ଭାବେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ଦୁରାନି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

ADVERTISEMENT
ଟ୍ରମ୍ପଙ୍କୁ ମିଳିଲାନି ନୋବେଲ, ମାରିଆଙ୍କୁ ମିଳିଲା ଶାନ୍ତି ନୋବେଲ

ଟ୍ରମ୍ପଙ୍କୁ ମିଳିଲାନି ନୋବେଲ, ମାରିଆଙ୍କୁ ମିଳିଲା ଶାନ୍ତି ନୋବେଲ

ନୂଆଦିଲ୍ଲୀ : ଘୋଷଣା ହେଲା ନୋବେଲ ଶାନ୍ତି ପୁରସ୍କାର । ଭେନେଜୁଏରାଲ ମାରିଆ କୋରିନାଙ୍କୁ ନୋବେଲ ଶାନ୍ତି ପୁରସ୍କାରା ଭେନେଜୁଏଲାରେ ଗଣତନ୍ତ୍ର ପ୍ରତିଷ୍ଠାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ପାଇଁ...

Login