ନୂଆଦିଲ୍ଲୀ : ପଦାରେ ପଡିଲା ଡୋନାଲ୍ଡ ଟ୍ରମ୍ପ ଓ ଏଲନ ମସ୍କଙ୍କ କଳି । କଡା ଶବ୍ଦରେ ଦୁହେଁ ଦୁହିଁଙ୍କୁ ସମାଲୋଚନା । ଟ୍ରମ୍ପ ପ୍ରଶାସନର ନୀତିକୁ ଏଲନ ମସ୍କଙ୍କ ତୀବ୍ର ନିନ୍ଦା । ମସ୍କ ବହୁତ ନିରାଶ କରିଛନ୍ତି କହି ବର୍ଷିଲେ ଟ୍ରମ୍ପ । ମୋ ବିନା ଟ୍ରମ୍ପ ନିର୍ବାଚନ ଜିତି ପାରି ନ ଥାନ୍ତେ । ଦାୟିତ୍ୱରୁ ଓହରି କିଛି ଲୋକ ଶତ୍ରୁ ହୋଇଯାଆନ୍ତି । ସୂଚନାନୁଯାୟୀ, କିଛି ଦିନ ପୂର୍ବରୁ ଟିକସ ବିଲର ବିବାଦକୁ ନେଇ ଏଲନ ମସ୍କଙ୍କୁ ଏପରି ଜବାବ୍ ଦେଇଛନ୍ତି ଟ୍ରମ୍ପ । ଟ୍ରମ୍ପ ସୋସିଆଲ ମିଡିଆରେ ଲେଖିଛନ୍ତି ଯେ, ଆମ ବଜେଟରୁ କୋଟି କୋଟି ଡଲାର ଟଙ୍କାର ସରକାରୀ ସବସିଡି ଏବଂ ଚୁକ୍ତିନାମାକୁ ବନ୍ଦ କରିଦେବା । ଯାହା ଅଯଥା ଖର୍ଚ୍ଚରୁ ବଞ୍ଚାବାର ସହଜ ଉପାୟ । ଏହା ପରେ ମସ୍କ ମଧ୍ୟ ଟ୍ରମ୍ପଙ୍କୁ କଡା ସମାଲୋଚନା କରିବାକୁ ଯାଇ ସ୍ପେସଏକ୍ସରେ କହିଛନ୍ତି ଯେ, ବର୍ତ୍ତମାନ ଏହାର ’ଡ୍ରାଗନ’ ଡିସମିସ୍ କରିବା ଆରମ୍ଭ କରିଦେବ । ଏହା ସହିତ ଟ୍ରମ୍ପଙ୍କର ଯାହା ଇଚ୍ଛା ହେଉ ମଧ୍ୟ କହିଛନ୍ତି ମସ୍କ । ଏହାରି ମଧ୍ୟରେ ୱାଲ ଷ୍ଟ୍ରିଟରେ ମସ୍କଙ୍କ କମ୍ପାନୀ ଟେସ୍ଲା ସେୟାରରେ ଉପରେ ଭାରି ପ୍ରଭାବ ପଡିଥିଲା । ଟେସ୍ଲା ସେୟାରରେ ୧୪.୩%ରେ କମ୍ପାନୀ ହ୍ରାସ ପାଇଥିଲାବେଳେ ମାର୍କେଟରେ ୧୫୦ ବିଲିୟନ ଡଲାରର ଝଟକା ଲାଗିଥିଲା । ଯାହା ଟେସ୍ଲାର ସବୁଠାରୁ ବଡ କ୍ଷତିର ଏକ ଇତିହାସ । ଅନ୍ୟପଟେ ଟ୍ରମ୍ପଙ୍କ ୨୦୨୪ ନିର୍ବାଚନ ପାଇଁ ପ୍ରାୟ ୨୯୦ ମିଲିୟନ ଡଲାର ଖର୍ଚ୍ଚ କରି ତାଙ୍କ ପ୍ରଶାସନରେ ଏକ ଗୁରୁତ୍ୱପୂର୍ଣ୍ଣ ଉପଦେଷ୍ଟା ଭୂମିକା ଗ୍ରହଣ କରିଥିଲେ ମସ୍କ । ଏବେ ଟ୍ରମ୍ପଙ୍କ ନୀତି ଏବଂ ପ୍ରଶାସନ ନିଷ୍ପତ୍ତିକୁ ସାର୍ବଜନିକ ଭାବେ ସେ ସମାଲୋଚନା କରୁଛନ୍ତି ।
ପଦାରେ ପଡିଲା ଟ୍ରମ୍ପ-ମସ୍କଙ୍କ କଳି, କଡା ଶବ୍ଦରେ ଦୁହେଁ ଦୁହିଁଙ୍କୁ କଲେ ସମାଲୋଚନା

Facebook
Twitter
LinkedIn
Facebook
Twitter
LinkedIn
Recent News
ଆମ୍ବ ପାଇଁ ସ୍ୱାମୀ ସହ ଝଗଡା କରି ଜୀବନ ହାରିଲେ ସ୍ତ୍ରୀ
ବିହାର : ଆମ୍ବ ପାଇଁ ସ୍ୱାମୀ ସହ ଝଗଡା କରି ଜୀବନ ହାରିଲେ ସ୍ତ୍ରୀ । ବିହାର ସିବାନ ଜିଲ୍ଲାରେ ଘଟିଛି ଏହି ଘଟଣା । ଭଗବାନପୁର...
ରୋହିଙ୍ଗ୍ୟା ସନେ୍ଦହରେ ପ୍ରାୟ ୪୪୦ ଅଟକ
ଝାରସୁଗୁଡା : ଝାରସୁଗୁଡ଼ାରେ ରୋହିଙ୍ଗ୍ୟା । ରୋହିଙ୍ଗ୍ୟା ସନ୍ଦେହରେ ପ୍ରାୟ ୪୪୦ ଜଣ ଅଟକ। ଝାରସୁଗୁଡାର ବ୍ଲାକ ଡାଇମଣ୍ଡ ସ୍କୁଲ ଓ ଏକ କଲ୍ୟାଣ ମଣ୍ଡପରେ ଅଟକମାନଙ୍କୁ...
ଆସନ୍ତାକାଲି ଭାରତ ବନ୍ଦ, ମିଳିତ ମଞ୍ଚର ଧର୍ମଘଟ ଡାକରା
ନୂଆଦିଲ୍ଲୀ : ଆସନ୍ତାକାଲି ଭାରତ ବନ୍ଦ । ୨୫ କୋଟିରୁ ଅଧିକ ଶ୍ରମିକ, ଯେଉଁମାନେ ବ୍ୟାଙ୍କିଙ୍ଗ, ଡାକ ସେବା, ଖଣି, ନିର୍ମାଣ ଓ ପରିବହନ ଭଳି ସରକାରୀ...
ଆସାମରେ ଭୂକମ୍ପର ଝଟକା
ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...