ନୂଆଦିଲ୍ଲୀ : ଅପରେସନ ସିନ୍ଦୂରକୁ ନେଇ ବିଳିବିଳେଉଛି ପାକିସ୍ତାନ । ସବୁଆଡୁ ପାକ୍କୁ ମାତ୍ ଦେଉଛି ଭାରତ । ପାକ୍ ସେନାର ଯୋଜନାକୁ ପଣ୍ଡ କରିବାରେ ଲାଗିଛି ଭାରତୀୟ ସେନା । ଭାରତର ଉନ୍ନତ୍ତକୌଶଳ ଅସ୍ତ୍ରଶସ୍ତ୍ର, ମିସାଇଲ୍ ଆଗରେ ହାର୍ ମାନୁଛି ପାକ୍ର ମିସାଇଲ ମାଡ । ଆକାଶ ମାର୍ଗରୁ ପାକ୍ ର ଅସ୍ତ୍ରକୁ ଟକ୍କର ଦେଉଛି ଭାରତର ସୁଦର୍ଶନ ଚକ୍ର । ଏହାରି ମଧ୍ୟରେ ପଞ୍ଜାବର ସୀମାବର୍ତ୍ତୀ ଅଞ୍ଚଳ ଗୁର୍ଦାସପୁରରେ କଡାକଡି କରାଯାଇଛି । ଆସନ୍ତା ନିର୍ଦ୍ଦେଶ ପର୍ୟ୍ୟନ୍ତ ଗୁରୁଦାସପୁରରେ ରାତି ୯ଟାରୁ ସକାଳ ୫ ପର୍ୟ୍ୟନ୍ତ ବ୍ଲାକ୍ଆଉଟ୍ ଲାଗୁ ରହିବ । ପୂରା ରାତିରେ ଅନ୍ଧାରରେ ରହିବ ଜିଲ୍ଳା । କାରଣ ଗୁର୍ଦାସପୁର ପାକିସ୍ତାନ ସୀମା ସହିତ ସଂଲଗ୍ନ । ଭାରତ-ପାକ୍ ସୀମାରେ ସମ୍ବେଦନଶୀଳ ବାତାବରଣ ଯୋଗୁଁ ଭାରତ ସରକାର ଏବଂ ପଞ୍ଜାବ ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ନାଗରିକ ପ୍ରତିରକ୍ଷା ଆଇନ ୧୯୬୮ ଅନୁଯାୟୀ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା କରିବା ପାଇଁ ଗୁର୍ଦାସପୁରର ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍ ଏହି ନିର୍ଦ୍ଦେଶ ଜାରି କରିଛନ୍ତି । ଏହି ନିର୍ଦ୍ଦେଶ କେନ୍ଦ୍ରୀୟ ଜେଲ ଗୁର୍ଦାସପୁର ଏବଂ ହସ୍ପିଟାଲ ପାଇଁ ଲାଗୁ ହେବ ନାହିଁ ।
ପଞ୍ଜାବରେ ବ୍ଲାକଆଉଟ, ରାତିରେ ଜଳିବନି ଲାଇଟ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











