ଭୁବନେଶ୍ୱର : ଆଉ ୨ଟି ଲଘୁଚାପ ପଛକୁ ପଛ ଆସୁଛି । ପୁଣି ୧୩ରୁ ବଢିବ ବର୍ଷା । ଆସନ୍ତା ୧୩ରେ ଗୋଟିଏ ଆଉ ୨୩ରେ ପୁଣି ଆଉ ଗୋଟେ ଲଘୁଚାପର ସମ୍ଭାବନା । ଫଳରେ ଓଡ଼ିଶାର ବିଭିନ୍ନ ନଦୀ ଗୁଡ଼ିକରେ ବନ୍ୟା ସ୍ଥିତିର ଆଶଙ୍କା କରାଯାଉଛି । ୧୩ ତାରିଖରେ ଲଘୁଚାପ ସୃଷ୍ଟି ହୋଇ ଉତ୍ତର ସୀମାନ୍ତବର୍ତ୍ତୀ ଜିଲ୍ଲା କେନ୍ଦୁଝର ଓ ଭଦ୍ରକରେ ଅଧିକ ବର୍ଷା ହେବ । ରାଜ୍ୟର ଅନ୍ୟ ସ୍ଥାନ ଗୁଡ଼ିକରେ ମଧ୍ୟମ ଧରଣର ବର୍ଷାର ଆକଳନ କରାଯାଇଛି । ୧୫ ତାରିଖରୁ ବର୍ଷା କ୍ରମଶଃ କମିବ। ପୁଣି ୨୩ ତାରିଖରେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପର ସମ୍ଭାବନା ରହିଛି । ଫଳରେ ବର୍ଷାର ପରିମାଣ ବଢିପାରେ ।
Views: 17