ୟୁପି : ଭାରତୀୟ ଜନତା ପାର୍ଟିର ଉତ୍ତର ପ୍ରଦେଶକୁ ନୂତନ ରାଜ୍ୟ ସଭାପତି ମିଳିଛି । ବିଜେପି ମନ୍ତ୍ରୀ ପୀୟୁଷ ଗୋୟଲ ଦଳର ନୂତନ ରାଜ୍ୟ ସଭାପତି ଘୋଷଣା କରିଛନ୍ତି । ଗୋରଖପୁରର ବରିଷ୍ଠ ବିଜେପି ନେତା ପଙ୍କଜ ଚୌଧୁରୀଙ୍କୁ ରାଜ୍ୟ ସଭାପତି ଭାବରେ ନିଯୁକ୍ତ କରାଯାଇଛି । ସେ ବିନା ପ୍ରତିଦ୍ୱନ୍ଦ୍ୱିତାରେ ବିଜେପି ରାଜ୍ୟ ସଭାପତି ନିର୍ବାଚନରେ ବିଜୟୀ ହୋଇଛନ୍ତି । ଏହି ଘୋଷଣାକୁ ୨୦୨୭ ବିଧାନସଭା ନିର୍ବାଚନ ପୂର୍ବରୁ ଦଳର ରଣନୀତିର ଏକ ଅଂଶ ଭାବରେ ଦେଖାଯାଉଛି । ଏହା ରାଜ୍ୟର ଆଗାମୀ ଜିଲ୍ଲା ପଞ୍ଚାୟତ ନିର୍ବାଚନରେ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇବ । ପଙ୍କଜ ଚୌଧୁରୀ ମହାରାଜଗଞ୍ଜ ଲୋକସଭା ଆସନରୁ ସାତ ଥର ସାଂସଦ ଭାବରେ କାର୍ୟ୍ୟ କରିଛନ୍ତି ।
Views: 51











