ବଲାଙ୍ଗିର : ଜଳିଗଲା ୩ଟି ଧାନ ଖରି । ଲକ୍ଷାଧିକ ଟଙ୍କାର ଧାନ ନଷ୍ଟ । ଦେଓଗାଁ ବ୍ଲକ ଜଲିଆ ଗାଁରେ ଜଳିଗଲା ଅମଳ ପାଇଁ ଥିବା ଧାନ । ପ୍ରାୟ ୬ ଶହ ବସ୍ତା ଧାନ ଅମଳ ନେଇ ରଖାଯାଇଥିଲା ଖରି । ଅନ୍ୟପଟେ ଗଞ୍ଜାମ ସୋରଡ଼ା ଥାନା ସନ୍ଧିକେନ୍ଦୁ ଗ୍ରାମରେ କ୍ଷ ନିଆଁ ଲାଗି ଜଳିଗଲା ପନ୍ଦର ଏକରରୁ ଉର୍ଦ୍ଧ ଧାନ ଗଦା । ଯାହାର ମୂଲ୍ୟ ଦଶ ଲକ୍ଷରୁ ଉର୍ଦ୍ଧ ହେବ ବୋଲି ଅନୁମାନ କରାଯାଉଛି ଜ୍ଝ ଗତକାଲି ମଧ୍ୟ ରାତ୍ର ସମୟରେ ଠାକୁରାଣୀ ମନ୍ଦିର ପଛ ପଟେ ରହିଥିବା ଧାନ ଗଦାରେ କୌଣସି ପ୍ରକାରେ ନିଆଁ ଲାଗିଯାଇଥିଲା କ୍ଷ ରାତି ସମୟ ହୋଇଥିବା ଯୋଗୁଁ କେହି ମଧ୍ୟ ଜାଣି ପାରିନଥିଲେ । ସକାଳେ ଧାନ ଗଦାରେ ନିଆଁ ଲାଗିଥିବା ଦେଖି ଚାଷୀମାନେ ସୋରଡ଼ା ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ କ୍ଷ ଖବର ପାଇ ଅଗ୍ନିଶମ ବାହିନୀ ଆସି ନିଆଁ ଲିଭାଇ ଥିଲେ ।
Views: 63











