ନୂଆଦିଲ୍ଲୀ : ନୂଆଦିଲ୍ଲୀ ରେଳ ଷ୍ଟେସନରେ ଦଳଚକଟା ଘଟଣା । ୨୬ ଫେବୃଆରୀ ଯାଏଁ ପ୍ଲାଟଫର୍ମ ଟିକେଟ ବିକ୍ରି ବନ୍ଦ ।ଭିଡ଼କୁ ଦେଖି ରେଳ ଅଧିକାରୀ କହିଛନ୍ତି କି, ଦଳାଚକଟା ପରିସ୍ଥିତି ପରେ ଏଭଳି ନିଷ୍ପତ୍ତି ନିଆଯାଇଛି । ଷ୍ଟେସନରେ ଭିଡ଼ କମ୍ ଦେଖି ଟିକେଟ ବିକ୍ରି ଆରମ୍ଭ ହୋଇଥିଲା । କିନ୍ତୁ ଗହଳି ପରେ ପୁଣି ପ୍ଲାଟଫର୍ମ ଟିକେଟ ଦେବା ବନ୍ଦ କରିଦିଆଯାଇଛି । ଆଗାମୀ ୭ ଘଣ୍ଟା ପର୍ୟ୍ୟନ୍ତ କୌଣସି ଟିକେଟ ମିଳିବ ନାହିଁ ।ନୂଆଦିଲ୍ଲୀ ରେଲୱେ ଷ୍ଟେସନରେ ଶନିବାର ରାତିରେ ଦଳାଚକଟା ପରେ ଅନେକ ପରିବର୍ତ୍ତନ କରାଯାଇଛି । ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ଆଗାମୀ ଗୋଷଟ ସପ୍ତାହ ପର୍ୟ୍ୟନ୍ତ ଦିଲ୍ଲୀ ରେଲୱେ ଷ୍ଟେସନରେ ସନ୍ଧ୍ୟା ୪ଟାରୁ ରାତି ୧୧ଟା ଭିତରେ କୌଣସି ପ୍ରକାରର ପ୍ଲାଟଫର୍ମ ଟିକେଟ ମିଳିବ ନାହିଁ । ଅର୍ଥାତ୍ ୭ ଘଣ୍ଟା ଯାଏଁ ପ୍ଲାଟଫର୍ମ ଟିକେଟ ବିକ୍ରି ଉପରେ ରୋକ ଲଗାଯାଇଛି ।
Views: 20