The Ultimate Managed Hosting Platform
ADVERTISEMENT

ନିର୍ବାଚନୀ ପ୍ରଚାରରେ ବ୍ୟବହାର ହେବେନି ଛୋଟ ପିଲା: ନିର୍ବାଚନ ଆୟୋଗ

Facebook
Twitter
LinkedIn

ନୂଆଦିଲ୍ଲୀ : ଆଗକୁ ୨୦୨୪ ଲୋକସଭା ନିର୍ବାଚନ । ଏବେଠୁ ପ୍ରସ୍ତୁତ ହେଲେଣି ରାଜନୈତିକ ଦଳ । ନିର୍ବାଚନକୁ ଆଖି ଆଗରେ ରଖି ଏବେଠୁ ପ୍ରସ୍ତୁତି ଆରମ୍ଭ କରିଦେଲେଣି ଭାରତୀୟ ନିର୍ବାଚନ ଆୟୋଗ । ସୋମବାର ନିର୍ବାଚନ ଆୟୋଗ ଦେଶର ରାଜନୈତିକ ଦଳମାନଙ୍କ ପାଇଁ ଏକ କଡା ନିର୍ଦ୍ଦେଶନାମା ଜାରି କରିଛନ୍ତି । ଯେଉଁଥିରେ ନିର୍ବାଚନ ପ୍ରଚାର, ପୋଷ୍ଟର ମାରିବା, ନିର୍ବାଚନୀ ନାରା ଦେବା ଭଳି କାମରେ ରାଜନୈତିକ ଦଳମାନେ ଛୋଟ ପିଲାଙ୍କୁ ସମ୍ପୃକ୍ତ କରିପାରିବେ ନାହିଁ ବୋଲି ନିର୍ବାଚନ ଆୟୋଗ କହିଛନ୍ତି ।
ନିର୍ବାଚନ ଆୟୋଗ ଏହି କଡା ନିର୍ଦ୍ଦେଶନାମା ଜାରି କରି କହିଛନ୍ତି ଯେ, ନିର୍ବାଚନ ସମ୍ଭନ୍ଧୀୟ କୌଣସି ବି କାମରେ ଛୋଟ ପିଲାମାନେ ସାମିଲ ହେଇପାରିବେନି । ଛୋଟ ପିଲାଙ୍କ ଦ୍ୱାରା କବିତା ପାଠ କରାଇବା, ନାରା ବାଜି କରାଇବା, ରାଜନୈତିକ ଦଳର ପତାକା ଧରାଇବା ଭଳି କାମ ଛୋଟ ପିଲାମାନେ କରିବେ ନାହିଁ । ଯଦି କୌଣସି ରାଜନୈତକ ଦଳ ନିର୍ବାଚନ ପ୍ରଚାରରେ ଛୋଟ ପିଲାଙ୍କୁ ସାମିଲ କରେ, ତେବେ ସେହି ଦଳ ବିରୋଧରେ ଆଇନଗତ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ନିର୍ବାଚନ ଆୟୋଗ କହିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବିମାନରେ ମଦ ପିଇ କ୍ରୁ ମେମ୍ବରଙ୍କୁ ଗାଳି କଲେ ୨ ଯାତ୍ରୀ

ଏୟାର ଇଣ୍ଡିଆ ବିମାନରେ ପୁଣି ଯାନ୍ତ୍ରିକ ତ୍ରୁଟି, ରନୱେରୁ ଫେରିଗଲା ବିମାନ

ନୂଆଦିଲ୍ଲୀ : ଇନ୍ଦୋରରୁ ଭୁବନେଶ୍ବର ଆସୁଥିବା ଇଣ୍ଡିଗୋ ବିମାନରେ ଯାନ୍ତ୍ରିକ ତ୍ରୁଟି । ରନୱେରୁ ଫେରିଲା ବିମାନ । ବିମାନରେ ଥିଲେ ୧୪୦ ଯାତ୍ରୀ । ବିମାନରେ...

ADVERTISEMENT
ସପାର ୩ ବିଧାୟକ ବିଦା

ସପାର ୩ ବିଧାୟକ ବିଦା

ନୂଆଦିଲ୍ଲୀ : ସମାଜବାଦୀ ପାର୍ଟିର ୩ ବିଧାୟକ ଦଳରୁ ବହିଷ୍କୃତ । ୩ ବିଧାୟକଙ୍କୁ ବିଦା କଲା ସମାଜବାଦୀ ପାର୍ଟି । ଅଭୟ ସିଂହ, ରାଜେଶ ସିଂହ...

Login