The Ultimate Managed Hosting Platform
ADVERTISEMENT

ନାବାଳିକା ଉପରେ ଚଢିଗଲା ମୋ ବସ

Facebook
Twitter
LinkedIn

ଭୁବନେଶ୍ୱର : ମୋ ବସ ଧକ୍କାରେ ୧୨ ବର୍ଷୀୟ ଝିଅର ଚାଲିଗଲା ଜୀବନ । ନନ୍ଦନକାନନ ଥାନା ରଘୁନାଥପୁରରେ ଦୁର୍ଘଟଣା । ସାଇକେଲରେ ଯାଉଥିବା ବେଳେ ଧକ୍କା ଦେଲା ମୋ ବସ । ୩ଟି ମୋ ବସକୁ ଅଟକ ରଖିଲେ ସ୍ଥାନୀୟ ଲୋକେ । ଦୁର୍ଘଟଣା ପରେ ନନ୍ଦନକାନନ-ଜୟଦେବବିହାର ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି ଉତ୍ୟକ୍ତ ଲୋକ। ଟାୟାର ଜାଳି ପ୍ରତିବାଦକୁ ଓହ୍ଲାଇଛନ୍ତି ଲୋକେ । ଘଟଣା ସ୍ଥଳରେ ପ୍ରବଳ ଉତ୍ତେଜନା ଜାରି ରହିଛି । ଘଟଣାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି। ସ୍ଥାନୀୟଲୋକେ ଉକ୍ତ ବସକୁ ଅଟକ ରଖିବାସହ ରାସ୍ତାରୋକ କରିଛନ୍ତି । ଯାତାୟତ ବାଧାପ୍ରାପ୍ତ ହୋଇଛି । ଘଟଣାସ୍ଥଳରେ ଉତ୍ତେଜନା ହେତୁ ଉତ୍ତ୍ୟକ୍ତ ଲୋକଙ୍କୁ ପୋଲିସ ବୁଝା ସୁଝା କରୁଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login