ମୁମ୍ବାଇ : ଏକତା କପୁରଙ୍କ ବହୁ ପ୍ରତୀକ୍ଷିତ ଶୋ ‘ନାଗିନ୍ ୭’କୁ ନେଇ ସାମ୍ନାକୁ ଆସିଲା ବଡ଼ ଖବର । ଏବେ ନାଗିନ ୭ର ନୂଆ ପ୍ରୋମୋ ରିଲିଜ୍ ହୋଇଛି । ଏହି ପ୍ରମୋରେ ପ୍ରିୟଙ୍କା ଚହର ଚୌଧୁରୀଙ୍କ ବ୍ୟତୀତ ଇଶା ସିଂ ଏବଂ କରଣ କୁନ୍ଦ୍ରା ନଜର ଆସିବେ । ପ୍ରୋମୋ ଆରମ୍ଭ ହୋଇଛି ଯେଉଁଥିରେ କରଣ କୁନ୍ଦ୍ରା କହିଛନ୍ତି ଯେ ଏବେ ବିନାଶ ଆରମ୍ଭ ହୋଇଯାଇଛି। ଏହା ପରେ ଈଶା ସିଂ ଏବଂ ପ୍ରିୟଙ୍କା ଚହର ଚୌଧୁରୀ ନାଗ ମନ୍ଦିର ବାହାରେ ଠିଆ ହୋଇଛନ୍ତି ।
ଇଶା ପ୍ରିୟଙ୍କାଙ୍କୁ କହୁଛନ୍ତି – ଏହା ହେଉଛି ନାଗ ମନ୍ଦିର । କୁହାଯାଏ ଯେ ଏଠାରେ ଇଚ୍ଛାଧାରୀ ନାଗ ଏବଂ ନାଗିନ୍ ଦେଖିବାକୁ ମିଳନ୍ତି । ଏହାର କିଛି ସମୟ ପରେ ପ୍ରିୟଙ୍କା ନାଗିନ୍ ହୋଇଯାଇଥିବାର ଦେଖିବାକୁ ମିଳିଛି । ପ୍ରିୟଙ୍କା ଚହର ଚୌଧୁରୀ ନାଗିନ୍ ଅବତାରରେ ଶତ୍ରୁମାନଙ୍କୁ ସାମ୍ନା କରିବାକୁ ପ୍ରସ୍ତୁତ ଅଛନ୍ତି । ବିଶେଷ କଥା ହେଉଛି ଏଥର ‘ନାଗିନ୍ ୭’ ଶୋ’ରେ ଡ୍ରାଗନ୍ ମଧ୍ୟ ଦେଖିବାକୁ ମିଳିବ । ଯାହା ଦେଖିବା ପରେ ନାଗିନ୍ ଶୋ’ର ଫ୍ୟାନ୍ସମାନେ ବେଶ ଉତ୍ସାହିତ ଅଛନ୍ତି । ପ୍ରୋମୋ ରିଲିଜ ସହ ନିର୍ମାତାମାନେ ଶୋ’ର ଆରମ୍ଭ ହେବାର ତାରିଖ ମଧ୍ୟ ଘୋଷଣା କରିଛନ୍ତି। ଏହି ଶୋ’ ଡିସେମ୍ବର ୨୭ ରୁ ଆରମ୍ଭ ହେବାକୁ ଯାଉଛି ।
ନାଗିନ-୭ରେ ନାଗିନ ଭୂମିକାରେ ନଜର ଆସିବେ ପ୍ରିୟଙ୍କା
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











