ଭୁବନେଶ୍ୱର: ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ମୈଦାନରେ ପ୍ରଚାର କଲେଣି ପ୍ରାର୍ଥୀ । ତେଣୁ ବିଜେଡିରୁ ପ୍ରାୟ ସିନେ କଳାକର ବିଜେପିରେ ଯୋଗ ଦେବା ପରେ ଆଜି ନବୀନ ନିବାସରେ କଳାକାରଙ୍କ ଭିଡ଼ ଲାଗିଛି। ସିନେ ଅଭିନେତା ଏବଂ ଗୀତିକାରମାନଙ୍କୁ ନବୀନ ନିବାସକୁ ଡ଼କରା ହୋଇଛି। ଅଭିନେତା ସ୍ୱରାଜ ବାରିକ, ଅମ୍ଲାନ ଦାସ, ସମ୍ବିତ, ଦେବାଶିଷ, କମେଡିଆନ ସନ୍ତୁ, ଶଙ୍କର, ଗୁଡୁ ଓ ଅଭିନେତ୍ରୀ ଭୂମିକା, ଲିପ୍ସା ଓ ନିକିତା ଆସିଛନ୍ତି। ଏଥିରେ ହାସ୍ୟ କଳାକାର ସହ ଏବଂ ୟୁଟ୍ୟୁବର ମାନେ ମଧ୍ୟ ଉପସ୍ଥିତ ଅଛନ୍ତି। ନବୀନ ନିବାସରେ ବିଧାୟକ ପାର୍ଥୀ ପ୍ରସନ୍ନ ଆଚାର୍ୟ୍ୟ ମଧ୍ୟ ଉପସ୍ଥିତ ଅଛନ୍ତି।
Views: 98











