The Ultimate Managed Hosting Platform
ADVERTISEMENT

ବିଲରେ ଫସଲ କାଟିଲେ ହେମା ମାଳିନୀ

Facebook
Twitter
LinkedIn

ନୂଆଦିଲ୍ଲୀ : ନିର୍ବାଚନ ରୁତୁ ଆସିରେ ନେତା ମାନଙ୍କର ମନେ ପଡେ ଗାଁ ଗଣ୍ଡା ବୁଲିବା କଥା । କିଏ କେଉଁଠି ଚାଷ କଲେଣିତ , ଆଉ କିଏ ପଶଲ କାଟିଲେଣି ଷ ଏପରି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ । ପ୍ରାର୍ଥୀମାନେ ନିଜ ଢଙ୍ଗରେ ପ୍ରଚାର କରିବାକୁ ଯାଇ ସୋସିଆଲ ମିଡିଆରେ ଭାଇରାଲ ହେବା ଦେଖାଯାଉଛି । ଏହି କ୍ରମରେ ପଛରେ ପଡିନାହାଁନ୍ତି ଅଭିନେତ୍ରୀ । ପ୍ରଚାର କରିବାକୁ ଯାଇ ଜମିରେ ଗହମ କାଟୁଛନ୍ତି ହେମା ମାଳିନୀ । ଏହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ମଥୁରା ଲୋକସଭା କ୍ଷେତ୍ର ପାଇଁ ବିଜେପିରୁ ଟିକେଟ ପାଇଥିବା ହେମା ମାଳିନୀ ନିଜ ନିର୍ବାଚନ କ୍ଷେତ୍ରକୁ ଯାଇ ଲୋକଙ୍କ ଭେଟିବା ସହ ସେମାନଙ୍କ ସୁଖଦୁଃଖ ପଚାରି ବୁଝୁଛନ୍ତି । ଗୁରୁବାର ଏକ ଗାଁକୁ ଯାଇ ସେଠିକାର ମହିଳା ଚାଷୀଙ୍କ ସହ କଥା ହୋଇଥିଲେ ଏବଂ ଗହମ ବିଲରେ ପଶି ଫସଲ କାଟିଥିଲେ । ଏହାକୁ ସେ ଏକ୍ସରେ ସେୟାର କରିବା ସହ ଲେଖିଛନ୍ତି ଯେ, ‘ ମୋତେ ଦେଖି ଏଠିକାର ମହିଳା ମାନେ ବେଶ ଖୁସି ହୋଇଯାଇଥିଲେ ଏବଂ ମୋ ସହ ଫଟୋ ଉଠାଇବାକୁ କହିଥିଲେ’ । ହେମା ମାଳିନୀ ୨୦୧୪ରୁ ମଥୁରାରେ ଜିତି ଆସୁଛନ୍ତି । ସେଠାରେ ତାଙ୍କର ଲୋକପ୍ରିୟତା ରହିଛି । ସେଠିକାର ଲୋକଙ୍କ ପାଇଁ ସେ ବିକାଶମୂଳକ କାମ କରିଥିବାରୁ ଏଥର ମଧ୍ୟ ମଥୁରାରୁ ସେ ଜିତିବେ ବୋଲି ଚର୍ଚ୍ଚା ହେଉଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login