ଭୁବନେଶ୍ୱର : ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ସିଂହୀ ରେୱାର ମୃତ୍ୟୁ । ପ୍ରସବକାଳୀନ ଅସୁସ୍ଥତା କାରଣରୁ ୮ ବର୍ଷ ବୟସରେ ମୃତ୍ୟୁ । ଗତ ୨୫ରେ ରେୱା ୩ୟ ଥର ପାଇଁ ମାତୃତ୍ୱ ଲାଭ କରିଥିଲା । ଡିସେମ୍ବର ୨୦୨୦ରେ ଇନ୍ଦୋରର କମଳା ନେହେରୁ ପ୍ରାଣୀ ସଂଗ୍ରାହଳୟରୁ ନନ୍ଦନକାନନ ଅଣାଯାଇଥିଲା । ଚଳିତ ମାସ ଜାନୁଆରୀ ୨୫ରେ ୩ଟି ଛୁଆ ଜନ୍ମ ଦେଇଥିଲା ।ସେଥିମଧ୍ୟରୁ ଗୋଟିଏ ଛୁଆର ମୃତ୍ୟୁ ହୋଇଥିଲା । ଅନ୍ୟଦୁଇ ଛୁଆକୁ ରେୱା ଗ୍ରହଣ ନକରିବାରୁ ହ୍ୟାଣ୍ଡ ରିଅରିଂ ସେଣ୍ଟରର ନବଜାତକ ଆଇସିୟୁରେ ରଖାଯାଇଛି। ନନ୍ଦନକାନନରେ ସିଂହୀ ମୋଟ ୮ଟି ଛୁଆ ଜନ୍ମ ଦେଇଥିଲା । ସେଥିମଧ୍ୟରୁ ୬ଟି ଛୁଆ ବଞ୍ଚିଥିବାର ସୂଚନା ଦେଇଛନ୍ତି ନନ୍ଦନକାନନ କର୍ତ୍ତୁପକ୍ଷ ।
Views: 30