ଭୁବନେଶ୍ୱର : ଜଳିଗଲା ବିଏମସିର ର କ୍ଲିନିଂ ଗାଡ଼ି । ଭୁବନେଶ୍ବର ଚନ୍ଦ୍ରଶେଖରପୁର ଡମଣା ରାସ୍ତା ଉପରେ ଜଳିଗଲା ଗାଡ଼ି । ଧୂଳି ସଫା କରୁଥିବାବେଳେ ହଠାତ୍ ରାସ୍ତା ଉପରେ ଜଳିଯାଇଥିଲା ଗାଡ଼ି । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ଗାଡ଼ିରେ ନିଆଁ ଲାଗିବା ଫଳରେ ଦୀର୍ଘ ସମୟ ଧରି ଯାତାୟାତ ଠପ୍ ହୋଇଯାଇଥିଲା । ସୂଚନା ଅନୁଯାୟୀ ଆଜି ସକାଳ ସମୟରେ ଭୁବନେଶ୍ୱର ଡମଣା ଛକରେ ଏକ ବିଏମ୍ସି ସଫେଇ ଗାଡି ରାସ୍ତା ସଫା କରୁଥିଲା । ଏହି ସମୟରେ ସଫେଇ ଗାଡିରେ ହଠାତ୍ ନିଆଁ ଲାଗିଯାଇଥିଲା । ଯାହାଫଳରେ ଗାଡିଟି ହୁତୁହୁତୁ ହୋଇ ଜଳିଥିଲା । ଗାଡିଟି ପୁରା ପୋଡି ପାଉଁଶ ହୋଇଯାଇଛି । ଏପିରିକି ୧୫ ଫୁଟ ଉପରକୁ ଉଠିଥିଲା କଳାଧୂଆଁ । ମୋବିଲ ଲିକ୍ ଯୋଗୁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି ।
Views: 62











