ବରଗଡ : ଧାନ ଚୋରି ବେଳେ ୮ ଜଣଙ୍କୁ ଧରିଲେ ଗ୍ରାମବାସୀ । ଅତାବିରା ଥାନା ସଂହରାଟିକ୍ରା ଅଞ୍ଚଳରୁ ୪୦୭ରେ ଧାନ ଚୋରି କରୁଥିଲେ । ଗ୍ରାମବାସୀ ଧରିଥିବା ୮ ଜଣଙ୍କ ମଧ୍ୟରେ ୪ ଜଣ ନାବାଳିକା ଥିବା ସୂଚନା । ଗାଁର ଜଣେ ଚାଷୀ ଖଳାରେ ଧାନ ଶୁଖାଇ ମଣ୍ଡିକୁ ନେବା ପାଇଁ ବସ୍ତାରେ ବାନ୍ଧି ରଖିଥିଲେ । ବିଳମ୍ବିତ ରାତିରେ କିଛି ଚୋର ଧାନ ଚୋରି କରି ନେଇଯାଇଥିଲେ । ଚୋର ମାନେ ଏକ ମିନି ଟ୍ରକରେ ଧାନବସ୍ତା ଭର୍ତ୍ତି କରୁଥିବା ବେଳେ ଗାଁଲୋକଙ୍କ ହାତରେ ଧରାପଡିଛନ୍ତି ।ଗାଁର ଜଣେ ଚାଷୀ ଖଳାରେ ଧାନ ଶୁଖାଇ ମଣ୍ଡିକୁ ନେବା ପାଇଁ ବସ୍ତାରେ ବାନ୍ଧି ରଖିଥିଲେ । ବିଳମ୍ବିତ ରାତିରେ କିଛି ଚୋର ଧାନ ଚୋରି କରି ନେଇଯାଇଥିଲେ । ଚୋର ମାନେ ଏକ ମିନି ଟ୍ରକରେ ଧାନବସ୍ତା ଭର୍ତ୍ତି କରୁଥିବା ବେଳେ ଗାଁଲୋକଙ୍କ ହାତରେ ଧରାପଡିଛନ୍ତି ।ସମସ୍ତ ଅଭିଯୁକ୍ତ ସମ୍ବଲପୁର ଯୁଯୁମରା ଅଞ୍ଚଳର ହୋଇଥିବା ସୂଚନା ମିଳିଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି ।
Views: 27