ଭୁବନେଶ୍ୱର : ଜଏନ୍ କଲେ ସୁଜାତା କାର୍ତ୍ତିକେୟନ । କାର୍ଯ୍ୟରେ ଯୋଗଦେଲେ ଆଇଏଏସ ସୁଜାତା କାର୍ତ୍ତିକେୟନ । ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ କାର୍ଯ୍ୟରେ ଯୋଗଦେଲେ ସୁଜାତା । ସୂଚନା ଥାଉକି ଆଜି ତାଙ୍କର ଛୁଟି ଅବଧି ଶେଷ ହୋଇଛି । ସେ ୬ମାସ ପାଇଁ ଛୁଟିରେ ରହିଥିଲେ । ଛୁଟି ଅବଧି ଶେଷ ହେବା ପୂର୍ବରୁ ସେ ପୁଣି ରାଜ୍ୟ ସରକାରଙ୍କ ନିକଟରେ ପୁଣି ୬ମାସ ପାଇଁ ଛୁଟି ଆବେଦନ କରିଥିଲେ । ହେଲେ ରାଜ୍ୟ ସରକାର ତାଙ୍କ ଆବେଦନକୁ ଅଗ୍ରାହ୍ୟ କରି ତୁରନ୍ତ କାର୍ୟ୍ୟରେ ଯୋଗଦେବାକୁ ନିର୍ଦ୍ଦେଶ ଦେଇଥିଲେ । ନିର୍ବାଚନ ବେଳେ ସେତେବେଳର ବିରୋଧୀ ବିଜେପି ତାଙ୍କ ନାମରେ ସଂଗୀନ ଅଭିଯୋଗ ଆଣିଥିଲା । ନିର୍ବାଚନ କମିଶନଙ୍କ ପାଖରେ ବିଜେପି ଅଭିଯୋଗ କରିଥିଲା କି ସୁଜାତା ସରକାରୀ ଚାକିରିରେ ରହି ସେତେବେଳେର ଶାସକ ଦଳ ବିଜେଡି ପାଇଁ କାମ କରୁଛନ୍ତି । ଏହାପରେ ସୁଜାତାଙ୍କୁ ମିଶନ ଶକ୍ତି ଦାୟିତ୍ୱରୁ ବାହାର କରି ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ଦାୟିତ୍ୱ ଦେଇଥିଲେ । ଦାୟିତ୍ୱ ନେବାର କିଛିଦିନ ପରେ ସେ ୬ମାସ ପାଇଁ ତକ୍ରାଳ ଛୁଟିରେ ଯାଇଥିଲେ ।
କାର୍ଯ୍ୟରେ ଯୋଗଦେଲେ ଆଇଏଏସ ସୁଜାତା କାର୍ତ୍ତିକେୟନ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











