ଭଞ୍ଜନଗର : ବର୍ଷାରେ ଧସିଲା ବଡ ପଥର । ଭାଙ୍ଗିଲା ମନ୍ଦିର ପାଚେରୀ । କୁଲାଡ ସ୍ଥିତ ମା ବ୍ୟାଘ୍ରଦେବୀ ମନ୍ଦିର ପରିସରରେ ଧସିଲା ପଥର । ପଥର ଧସି ମନ୍ଦିର ତଳେ ଥିବା ହନୁମାନ ମନ୍ଦିର ପାଚେରି ଭାଙ୍ଗିଲା । ଫଳରେ ବାଗଦେବୀଙ୍କ ମନ୍ଦିରକୁ ଲାଗି ରହିଥିବା ଶନି ଦେବଙ୍କ ମନ୍ଦିର ଭାଙ୍ଗିଯାଇଛି । ପଥର ପଡ଼ିବାରୁ ମନ୍ଦିରର କିଛି ଅଂଶ ଏବଂ ରେଲିଂ ଭାଙ୍ଗିଥିବା ଜଣାପଡ଼ିଛି ।ରାତିରେ ଧସିଲା ପଥର । କୈାଣସି ଶ୍ରଦ୍ଧାଳୁ ନ ଥିବାରୁ ଟଳିଲା ବଡ ଅଘଟଣ ।
Views: 50











