ସୋରେ : ଦେଶୀ ମଦ ବୋଝେଇ ଗାଡି ଜବତ । ମବାସୀ ଗୋଡେଇ ଗୋଡେଇ ଧରିଲେ ମଦ ଗାଡି । ଗାଡ଼ିରୁ ବାହାରିଲା ବିପୁଳ ପରିମାଣର ଦେଶୀ ମଦ । ଗାଡିକୁ ଭାଙ୍ଗିବା ସହ ଓଳଟାଇ ଦେଇ ରାଗ ସୁଝାଇଲେ ଲୋକେ । ସୂଚନା ଅନୁଯାୟୀ, ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ଚନ୍ଦ୍ରପଡ଼ା ଅଞ୍ଚଳରେ ଏକ ଦେଶୀ ମଦ ବୋଝେଇ ଗାଡ଼ିକୁ ଗ୍ରାମବାସୀମାନେ ଗୋଡ଼ାଇ ଗୋଡ଼ାଇ ଧରିଥିଲେ । ଘଟଣାସ୍ଥଳରେ ଉତ୍ତେଜନା ଲାଗିଥିବା ବେଳେ ଖବର ପାଇ ସିମୁଳିଆ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ । ସିମୁଳିଆ ପୋଲିସ ଗାଡିଟିକୁ ଉଦ୍ଧାର କରି ଥାନାକୁ ଆଣିଥିବା ବେଳେ ଗାଡ଼ିରେ ଥିବା ୩ଜଣ ଯୁବକ ଖସି ପଳାଇ ଯାଇଛନ୍ତି।
Views: 0