The Ultimate Managed Hosting Platform
ADVERTISEMENT

ଦେବୋଲିନା-ବିଶାଲଙ୍କର ନିର୍ବନ୍ଧର ସତ ସାମ୍ନାକୁ ଆସିଲା

Facebook
Twitter
LinkedIn

ମୁମ୍ବାଇ : ବହୁ ଚର୍ଚ୍ଚିତ ତଥା ଲୋକପ୍ରିୟ ଟେଲି ଗୋପି ବୋହୁ ଓରଫ୍ ଅଭିନେତ୍ରୀ ଦେବୋଲିନା ଭଟ୍ଟାଚାର୍ୟ୍ୟ ପୁଣି ଚର୍ଚ୍ଚାକୁ ଆସିଛନ୍ତି । ସେ ପୁଣି ତାଙ୍କ ବୟଫ୍ରେଣ୍ଡ ବିଶାଲ ସିଂଙ୍କୁ ନେଇ । ସେ ନିଜ ସୋସିଆଲ୍ ମିଡିଆରେ ଏପରି ଏକ ପୋଷ୍ଟ କରିଥିଲେ ଯାହାକୁ ଦେଖ ô ତାଙ୍କ ଫ୍ୟାନ୍ସ୍ ଫଲୋର୍ସ ଚକିତ ହୋଇଯାଇଥିଲେ । ଏହି ପୋଷ୍ଟ୍ରେ ଦେବୋଲିନା ବୟଫ୍ରେଣ୍ଡ ବିଶାଲଙ୍କ ସହ ତାଙ୍କର ନିର୍ବନ୍ଧ କରିଥିବା ଦେଖିବାକୁ ମିଳିଥିଲା । ଫଟୋରେ ସେ ନିଜର ନିର୍ବନ୍ଧ ମୁଦି ଦେଖାଇଛନ୍ତି । ଖାଲି ସେତିକି ନୁହେଁ ବର୍ତ୍ତମାନ ଏହି ଫଟୋଟିର ସତ୍ୟତା ଜଣା ନଥିବା ବେଳେ ଚାରିଆଡେ ଖୁବ୍‌ ଭାଇରାଲ୍‌ ହେବାରେ ଲଗିଛି।


ସୂଚନା ଅନୁଯାୟୀ , ନିର୍ବନ୍ଧ ଖବର ଆସିବା ପରେ ଦେବୋଲିନା ଏହାର ସତ୍ୟତା ପ୍ରକାଶ କରିଛନ୍ତି। ସେ କହିଛନ୍ତି ସେମାନଙ୍କର ନିର୍ବନ୍ଧ ହୋଇନାହିଁ । ଦୁହେଁ ପ୍ରଥମ ଥର ପାଇଁ ମ୍ୟୁଜିକ୍ ଭିଡିଓରେ ଏକାଠି କାମ କରିବାକୁ ଯାଉଛନ୍ତି । ଯାହାର ନାମ ହେଉଛି “ଇଟସ୍ ଅଫିସିଆଲ୍” । ସେମାନେ ଆଗାମୀ ମ୍ୟୁଜିକ୍ ଭିଡିଓ ପାଇଁ ଉକ୍ତ ଭିଡିଓକୁ ଶୁଟ୍ କରିଥିଲେ । ସେ ଉକ୍ତ ମ୍ୟୁଜିକ୍ ଭିଡିଓର ଏକ ଛୋଟ ଝଲକ ନିଜ ଫ୍ୟାନ୍ସଙ୍କୁ ଦେବା ପାଇଁ ଭିଡିଓକୁ ପୋଷ୍ଟ କରାଯାଇଥିଲା । ଦୁହେଁ ଏକ ପୋଷ୍ଟ ମାଧ୍ୟମରେ ସେୟାର କରି ନିଜ ମ୍ୟୁଜିକ୍ ଭିଡିଓ ସମ୍ପର୍କରେ ସୂଚନା ଦେଇଛନ୍ତି ।

ଏହି ଭିଡିଓରେ ବିଶାଲ କହିଛନ୍ତି ଯେ, ଆମେ ଦୁହେଁ ନିର୍ବନ୍ଧ କରିଛୁ ସତ କିନ୍ତୁ ମ୍ୟୁଜିକ୍ ଭିଡିଓରେ । ଆମେ ପ୍ରଥମ ଥର ପାଇଁ ଏକାଠି କାମ କରିବାକୁ ଯାଉଛୁ । ଆମ ଭିଡିଓ ରିଲେସନ୍ସିପ୍, ନିର୍ବନ୍ଧ ଓ ବିବାହ ଉପରେ ଆଧାରିତ । ଏଥିପାଇଁ ସେ ତାଙ୍କ ଫ୍ୟାନ୍ସମାନଙ୍କୁ ଏପରି ପୋଷ୍ଟ ସେୟାର କରି ଆଶ୍ଚର୍ୟ୍ୟ କରିଛନ୍ତି । କିନ୍ତୁ ଖବର ଅଛି କି ଦୁହେଁ କଣ ପରସ୍ପରକୁ ଡେଟ୍‌ କରୁଛନ୍ତି । ତାଙ୍କ ଫ୍ୟାନ୍ସ୍ ତଥା ପ୍ରଶଂସକ ମାନଙ୍କର ଇଚ୍ଛା କି ସେ ଅଫିସିଆଲି ଭାବେ କେବେ ଜଣାଇବେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login